ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣୀ ସାହାଣୀ): କରୋନା ମୁକାବିଲା ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଏପ୍ରିଲ ୯ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାର ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି।

ସାରା ରାଜ୍ୟର ଲୋକମାନଙ୍କୁ ଏପ୍ରିଲ ୯ ତାରିଖରୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଲକଡାଉନ୍ ସମୟରେ ଘରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଯଦି ବି କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ କହିଛନ୍ତି।

coronaଯଦି କୌଣସି ବ୍ୟକ୍ତି ମାସ୍କ ନପିନ୍ଧି ବାହାରକୁ ଆସନ୍ତି ତେବେ ସେମାନଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିସହିତ ଏହି କଥାକୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି। ଏଭଳି ଜରୁରୀ ସମୟରେ ସାମାଜିକ ଦୁରତା ବଜାୟ ରଖିଲେ ଆମେ କରୋନା ଭଳି ଏକ ଭୟଙ୍କର ରୋଗକୁ ସହଜରେ ରୋକିପାରିବା ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Comment