ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ବଢ଼ିଲା ଲକ୍‌ଡାଉନ୍‌। ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଢ଼ାଇବାକୁ ଘୋଷଣା କଲେ ଉଦ୍ଧବ ଠାକ୍‌ରେଙ୍କ ସରକାର। ଓଡ଼ିଶା, ପଞ୍ଜାବ ପରେ ଏବେ ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି।

ଲକ୍‌ଡାଉନ୍‌ ଅବଧି ବଢ଼ିବା ଦରକାର କି ନା ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥଲେ। ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏ ସମ୍ପର୍କରେ ଏଯାଏଁ କୌଣସି ନିଷ୍କର୍ସ ବାହାରିପାରିନାହିଁ।

coronaମହାରାଷ୍ଟ୍ରରେ ଜଣକ ପରେ ଜଣେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମହାରାଷ୍ଟ୍ର ସରକାର ଲକଡାଉନ୍‌ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘୋଷଣା କରିଛନ୍ତି।

Comment