ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ରାମାୟଣ ଭଳି ବଲ୍‌ଦେବ୍‌ ରାଜ୍‌ଙ୍କ ମହାଭାରତ ମଧ୍ୟ ୯୦ଦଶକରେ ଲୋକପ୍ରିୟ ହୋଇପାରିଥିଲା। ମହାଭାରତର ଥିମ ଗୀତ ‘ଅଥ ଶ୍ରୀ ମହାଭାରତ’ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ତେବେ ଥିମ୍ ଗୀତଟି କିପରି ସୁଟିଂ କରାଯାଇଥିଲା? କେମିତି ଥିଲା ଗୀତର ପ୍ରସ୍ତୁତି? ଆସନ୍ତୁ ଜାଣିବା।

ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଲକ୍‌ଡାଉନ ଯୋଗୁଁ ଦୂରଦର୍ଶନ ପକ୍ଷରୁ ପୁଣି ଥରେ ରାମାୟଣ ଓ ମହାଭାରତ ପୌରାଣିକ ସିରିଏଲ୍‌ ପ୍ରସାରିତ ହେଉଛି। ରାମାନନ୍ଦ ସାଗରଙ୍କ ରାମାୟଣ ଭଳି ବଲ୍‌ଦେବ ରାଜ୍‌ ଚୋପ୍ରାଙ୍କ ମହାଭାରତ ମଧ୍ୟ ସେହି ସମୟରେ ଲୋକପ୍ରିୟତା ହାସଲ କରିଥିଲା। ମହାଭାରତର ସମସ୍ତ ଭୂମିକା ଆଜି ମଧ୍ୟ ଲୋକଙ୍କ ହୃଦୟରେ ବସା ବାନ୍ଧି ରହିଛି। ବିଶେଷ କରି ମହାଭାରତର ଥିମ୍‌ ଗୀତ ‘ଅଥ ଶ୍ରୀ ମହାଭାରତ’ ଆଜିବି କେଉଁଠି ନା କେଉଁଠି ଶୁଣିବାକୁ ମିଳେ।

ଏମିତି ସୁଟିଂ ହୋଇଥିଲା ମହାଭାରତ ଥିମ ଗୀତ ସୁଟିଂ

ମହାଭାରତର ଥିମ ଗୀତ ‘ଅଥ ଶ୍ରୀ ମହାଭାରତ’ ଗୀତକୁ ସୁଟିଂ କରିବା ବହୁତ କଷ୍ଟକର ଥିଲା। ମହାଭାରତ ଥିମ ଗୀତ ସୁଟିଂ ହେବାନେଇ ଏକ ଭିଡିଓ ୟୁଟ୍ୟୁବ୍‌ରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓରେ ‘ଅଥ ଶ୍ରୀ ମହାଭାରତ’ର ଲେଖକ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୀତ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ଏହାସହ ଏହି ଥିମ୍ ଗୀତକୁ ସ୍ୱର ଦେଇଥିବା ମହେନ୍ଦ୍ର କପୁର ଏହି ଗୀତ ଗାଇ ଅଭ୍ୟାସ କରୁଥିବା ନଜର ଆସିଛନ୍ତି। ମହାଭାରତର ନିର୍ମାତା ବି.ଆର୍. ଚୋପ୍ରା ସଙ୍ଗୀତ ନିର୍ଦ୍ଦେଶକ ରାଜ କମଲଙ୍କ ସହ ମଶି ଥିମ୍ ଗୀତ ପ୍ରସ୍ତୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ଥିମ ଗୀତରେ ମହାଭାରତର ଗୁରୁତ୍ଵପୂର୍ଣ୍ଣ ଦୃଶ୍ୟକୁ ସାମିଲ କରାଯାଇଥିଲା।

୮୦ଦଶକରେ ମହାଭାରତର ଥିମ୍‌ ଗୀତ ସୁଟିଂ ହୋଇଥିଲା। ସେହି ସମୟରେ ଥିମ୍ ଗୀତ ଭିଡିଓରେ ବିଶେଷ ଇଫେକ୍ଟସ୍ ଦେବା କଷ୍ଟକର ଥିଲା। ବହୁତ କମ୍ ସମ୍ବଳରେ ମଧ୍ୟ ମହଭାରତର ଥିମ ଗୀତ ସୁଟିଂ ହୋଇଥିଲା। ଏହାସତ୍ତ୍ଵେ ଗୀତଟି ଦର୍ଶକମାନଙ୍କ ଉପରେ ପ୍ରଭାବ ପକାଇଥିଲା। ମହାଭାରତର ଥିମ ଗୀତ ଏହି ସିରିଏଲ ପାଇଁ ଏକ ଭିଜୁଆଲ୍ ଟ୍ରିଟ୍ ସାବ୍ୟସ୍ତ ହୋଇଥିଲା।  ବି.ଆର୍. ଚୋପ୍ରା ନିଜେ ଥିମ ଗୀତ ସୁଟିଂ ପ୍ରତି ଆଗ୍ରହ ଦେଖାଇଥିଲେ। ଥିମ୍ ଗୀତ ପ୍ରସ୍ତୁତି ବେଳେ ରାଜ୍ କମଲଙ୍କୁ ଗୀତ ସମ୍ପର୍କରେ ବିଭିନ୍ନ ଧାରଣା ଦେଇଥିଲେ। ଗୀତର ସ୍ଵରଠାରୁ ଆରମ୍ଭ କରି ଶବ୍ଦ ବଦଳାଇବା ପର୍ଯ୍ୟନ୍ତ ରାଜ୍ କମଲଙ୍କୁ ସାହାଯ୍ୟ କରିଥିଲେ ବି.ଆର୍. ଚୋପ୍ରା।

‘ପ୍ରତ୍ୟେକ ଗୀତରେ ଥିଲା କାହାଣୀ’

ମହାଭାରତର ପୌରାଣିକ ସିରିଏଲରେ ଗୀତକୁ ବେଶୀ ଗୁରୁତ୍ଵ ଦିଆଯାଇଥିଲା। ଯେଉଁଥିପାଇଁ ପ୍ରତ୍ୟେକ ଗୀତ ଦର୍ଶକ ତଥା ଶ୍ରୋତାଙ୍କ ମନ ମୋହି ନେଇଥିଲା। ମହାଭାରତର ପ୍ରତ୍ୟେକ ଘଟଣାକୁ ନେଇ ଏକ ଗୀତ ଲେଖା ଯାଇଥିଲା। ପ୍ରତ୍ୟେକ ଏପିଶୋଡରେ କେତେକ ସ୍ଥାନରେ ଡାଇଲଗ୍‌ ପରିବର୍ତ୍ତେ ଗୀତ ମାଧ୍ୟମରେ ଲୋକଙ୍କୁ ଘଟଣା ସମ୍ପର୍କରେ ବୁଝେଇବାକୁ ଚେଷ୍ଟା କରାଯାଇଛି। ବି.ଆର୍. ଚୋପ୍ରାଙ୍କ ମହାଭାରତର ପରିଚୟ ପାଲଟି ଯାଇଥିଲା ଏହାର ଗୀତ।

ମହାଭାରତ ସୁଟିଂ ପାଇଁ ବି.ଆର୍. ଚୋପ୍ରା ଓ ତାଙ୍କ ଟିମ୍‌କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଯେତେବେଳେ ମହାଭାରତ ପ୍ରସାରିତ ହୋଇଥିଲା ପ୍ରତ୍ୟେକ ଦୃଶ୍ୟ ଓ ଗୀତକୁ ଲୋକେ ଖୁବ୍ ପ୍ରଂଶାସା କରିଥିଲେ। ଏଥିପାଇଁ ଆଜି ବି ଲୋକେ ବି.ଆର୍. ଚୋପ୍ରାଙ୍କ ମହାଭାରତରକୁ ମନେ ପକାଇଥାଆନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ଲୋକେ ପୁଣି ଥରେ ମହାଭାରତ ଦେଖିବାକୁ ସୁଯୋଗ ପାଇଛନ୍ତି।

Comment