ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଛି। ଲକଡାଉନ ପାର୍ଟ-୨ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ବିସ୍ତୃତ ଗାଇଡ଼ଲାଇନ ବି ଜାରି କରାଯାଇଛି। ୩ ମେ’ ପର୍ଯ୍ୟନ୍ତ ଦେଶରେ କୌଣସି ପ୍ରକାର ରାଜନୈତିକ, କ୍ରୀଡ଼ା ସମ୍ପର୍କିତ କିମ୍ବା ଧାର୍ମିକ ଅନୁଷ୍ଠାନ ଓ ସମ୍ମିଳନୀ ହୋଇ ପାରିବ ନାହିଁ। ସମଗ୍ର ଦେଶରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି।

ଏହାସହ ଘରୋଇ ଉଡାଣ ଉପରେ କଟକଣା ଲାଗୁ ହୋଇଛି। ମେଟ୍ରୋ ଓ ବସ୍‌ ସେବା ବି ବନ୍ଦ ରହିବ। ସ୍କୁଲ କୋଚିଂ ସଂସ୍ଥା ବନ୍ଦ ରହିବ। ଫସଲ ଅମଳ ପାଇଁ ଚାଷୀମାନଙ୍କୁ କିଛି ରିହାତି ଦିଆଯାଇଛି। ଯେଉଁମାନେ ରାସ୍ତା ଘାଟରେ ଛେପ ପକାଇବେ ସେମାନଙ୍କୁ ଜରିମାନା ଦେବାକୁ ହେବ।

corona

  • ସ୍କୁଲ କଲେଜ ବନ୍ଦ।
  • ଛେପ ପକାଇଲେ ତଣ୍ଡ।
  • ଧାର୍ମିକ ସ୍ଥଳ ବନ୍ଦ।
  • ମାସ୍କ ପିନ୍ଧିବା ଜରୁରୀ।
  • ହଟସ୍ପଟରେ କେବଳ ଜରୁରୀ ସାମଗ୍ରୀ ମିଳିବ।
  • ନିର୍ମାଣ କାମ କରାଯାଇପାରିବ।
  • ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ।
  • ଯାତାୟତ ଉପରେ ପୂରା କଟକଣା।
  • ଚାଷୀ ଚାଷ କାମ କରି ପାରିବେ।
  • କୃଷି ଉପକରଣ ମିଳିବ, ଦୋକାନ ଖୋଲା ରହିବ।
  • ଦିନ ମଜୁରିଆ କାମ କରିପାରିବେ।
  • ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ ସୁବିଧା ଚାଲୁ ରହିବ।
  • ତେଲ ଓ ଗ୍ୟାସ ସେକ୍ଟର ଖୋଲା ରହିବ।
  • ଜରୁରୀ ଜିନିଷ ପତ୍ର ପରିବହନ ଚାଲିବ।
  • କିରାନା ଦୋକାନ, ଫଳ, ପନି ପରିବା, ମାଛ ମାଂସ, କ୍ଷୀର ଦୋକାନ ଖୋଲା ରହିବ।
  • ଆଇଟି ସେକ୍ଟରରେ ୫୦ ପ୍ରତିଶତ ଲୋକଙ୍କ ସହ କାମ ଆରମ୍ଭ କରାଯାଇପାରିବ(ହଟସ୍ପଟ ଇଲାକକୁ ଛାଡି)।
  • ପ୍ରାଇଭେଟ ସିକ୍ୟୁରୀଟି ସଂସ୍ଥା ଓ କଲ ସେଣ୍ଟର ଚାଲୁ ରହିବ।
  • ଇ କମର୍ସ ପୁଣି ଆରମ୍ଭ ହେବ।

Comment