ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ ଅଧିକ ପ୍ରାଣ ନେବା ଆରମ୍ଭ କରିଦେଇଛି କରୋନା ଭାଇରସ୍। ଶୁକ୍ରବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୩୭ ରେ ପହଞ୍ଚିଥିବାବେଳେ ୧୧ ହଜାରରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ବର୍ତ୍ତମାନ ଭାରତରେ ୧୧ ହଜାର ୨୦୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିସହିତ ମୋଟ ୧୭୪୯ ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

corona awareness

ବିଶ୍ୱ କଥା ଦେଖିଲେ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୋଟ ୨୧ ଲକ୍ଷ ୮୨ ହଜାର ୮୨୩ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୪୭ ହଜାର ୫୮୯ ଜଣ ସୁସ୍ଥ ହୋଇଥିବାବେଳେ ୧ ଲକ୍ଷ ୪୫ ହଜାର ୫୫୧ ଜଣ ମୃତ୍ୟୁବରଣ କରିଛନ୍ତି।

ସେହିଭଳି ଓଡ଼ିଶା କଥା ବିଚାର ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସ୍ଥିର ରହିଥିବାବେଳେ ମୋଟ ୧୯ ଜଣ ସୁସ୍ଥ ଓ ଜଣେ ଲୋକ ମୃତ୍ୟୁବରଣ କରିଛନ୍ତି।

Comment