ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ମାତ୍‌ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଲା ଗୋଆ। ଏଠାରେ ଥିବା ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ଗୋଆ ସ୍ଵାସ୍ଥ୍ୟ ମନ୍ତ୍ରୀ। ଏହାସହ ଗତ ଏପ୍ରିଲ ୩ ତାରିଖରୁ ଏଠାରେ କୌଣସି ପଜିଟିଭ କେସ୍‌ ଆସିନାହିଁ।

ଗୋଆରେ ପୂର୍ବରୁ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଯାଇଥିଲେ। କେବଳ ଗୋଟିଏ ରୋଗୀ ଆଜି ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟ ବର୍ତ୍ତମାନ କୌଣସି ପଜିଟିଭ ରୋଗୀ ନାହାନ୍ତି। ଏହାସହ ଏଠାରେ କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିନାହିଁ।

corona

ବର୍ତ୍ତମାନ ଭାରତରେ ୧୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୩୧ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି। ଗୋଆ ପରେ କେରଳରେ ମଧ୍ୟ ସୁସ୍ଥ ବ୍ୟକ୍ତିଙ୍କ ହାର ସର୍ବାଧିକ ରହିଛି।

LEAVE A REPLY

Please enter your comment!
Please enter your name here