ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ଖୋଲିବା ପରେ ରାଜ୍ୟ ବାହାରୁ ପ୍ରାୟ ୨୦ ହଜାର ଲୋକ ଖୋର୍ଦ୍ଧା ଜିଲ୍ଲାକୁ ଫେରିବେ। ଅନଲାଇନ୍ ଜରିଆରେ ସେମାନେ ପଞ୍ଜୀକରଣ ନକଲେ ସେମାନଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ବୁଧବାର ଏନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ଜିଲ୍ଲାର ପ୍ରାୟ ୨୦ ହଜାର ଲୋକ ଅନ୍ୟ ରାଜ୍ୟରେ ରହିଛନ୍ତି। ଯେଉଁମାନେ ଲକଡାଉନ୍ ଖୋଲିବା ପରେ ନିଜ ଜିଲ୍ଲାକୁ ଫେରିବେ। ତେବେ ଏଥିପାଇଁ ସେମାନଙ୍କୁ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବା ଦରକାର। ଏହାପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଯଦି ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିବେନି ତେବେ ତାଙ୍କୁ ତାଙ୍କ ପରିବାର ପାଖକୁ ଛଡ଼ାଯିବ।

corona

ବୁଧବାର ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରିବାକୁ ଥିବା ଲୋକମାନଙ୍କ ପାଇଁ କେତେକ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଫଳରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରିବାକୁ ହେଲେ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯିବା ସହିତ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଏହି ସମସ୍ତ କାମ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ତଦାରଖ କରିବେ। ଏଥିପାଇଁ ସରପଞ୍ଚମାନଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଯଦି କୌଣସି ଲୋକ ଏହି ନିୟମ ଉଲ୍ଲଘଂନ କରେ ତେବେ ସେ ଆଇନ୍ ଅନୁୟାୟୀ ଦଣ୍ଡନୀୟ ହେବେ ବୋଲି କୁହାଯାଇଛି।

Comment