ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ପାଇଁ ଏଥର ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଆସନ୍ତା ଏପ୍ରିଲ ୨୬ ତାରିଖରେ ପଡୁଛି ଚନ୍ଦନ ଯାତ୍ରା। ୫ରୁ କମ୍ ସେବାୟତକୁ ନେଇ ଯାତ୍ରା ଆୟୋଜନ କରିବା ସମ୍ଭବ ନୁହେଁ। ଏଣୁ ଚଳିତବର୍ଷ ଚନ୍ଦ୍ର ଯାତ୍ରା ବନ୍ଦ ଘୋଷଣା କରିଛି ମନ୍ଦିର ପ୍ରଶାସନ।

କରୋନା ପାଇଁ ମହାପ୍ରଭୁଙ୍କ ୠୁକୁଣା ରଥଯାତ୍ରା ବନ୍ଦ ରହିଥିଲା। ରଥ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ପ୍ରଶାସନ ୠକୁଣା ରଥଯାତ୍ରା ପାଇଁ ଅନୁମତି ଦେଇ ନଥିଲା। ଫଳରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗିଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment