ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଆରମ୍ଭେ ହେଲା ଟେଲି ମେଡିସିନ ସେବା। ସ୍ମାଇଲ ଫରଏଭର ସାମାଜିକ ସଙ୍ଗଠନ ତରଫରୁ ଲୋକଙ୍କୁ ଟେଲିଫୋନ ଯୋଗେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନେକ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି। ଏହି ସମୟରେ ରାଉରକେଲାର ଏହି ସାମାଜିକ ସଙ୍ଗଠନ ଲୋକଙ୍କ ସେବା ପାଇଁ ଆଗେଇ ଆସିଛି।

ସ୍ମାଇଲ ଫରଏଭର ସଂସ୍ଥା ତରଫରୁ ଟେଲି ମେଡିସିନ ହେଲ୍‌ଥ କେୟାର ସର୍ଭିସେସ ଯୋଗୁଁ ରାଉରକେଲାରେ ଅନେକ ଲୋକ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି। ସଂସ୍ଥା ସହିତ ଜଡିତ ଥିବା ଡାକ୍ତରମାନେ ଫୋନ ଯୋଗେ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝି ତାଙ୍କୁ ପରାମର୍ଶ ଦେବା ସହିତ ରୋଗର ଲକ୍ଷଣ ଦେଖି ଉପଚାର ମଧ୍ୟ କରୁଛନ୍ତି।

ବର୍ତ୍ତମାନ ୨୫ ଜଣ ଡାକ୍ତର ସ୍ଵଇଚ୍ଛାରେ ସେବା ଯୋଗାଉଥିବା ବେଳେ ଡାକ୍ତରମାନଙ୍କର ମଧ୍ୟରେ ଅନେକ ବିଶେଷଜ୍ଞ ମଧ୍ୟ ରହିଛନ୍ତି। ଯଥା ମେଡ଼ିସିନ ସ୍ପେସିଆଲିଷ୍ଟ, ଶିଶୁ ରୋଗ ବିଶେଷଜ୍ଞ, ସର୍ଜନ, ମହିଳା ରୋଗ ବିଶେଷଜ୍ଞ, ଇଏନଟି ତଥା ଅନ୍ୟ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।

ସକାଳ ଏବଂ ସନ୍ଧ୍ୟା ସମୟରେ ଲୋକେ ଡାକ୍ତରମାଙ୍କରଠୁ ଯୋଗାଯୋଗ କରି ନିଜ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ବେଳେ ସେମାନଙ୍କର ମଧ୍ୟରୁ ୧୩୦ ଜଣ ରୋଗୀଙ୍କୁ ଶ୍ୱାସଜନିତ ରୋଗର ସମସ୍ୟା ଥିଲା।

ପୂର୍ବରୁ ସ୍ମାଇଲ ଫରଏଭର ସଂସ୍ଥାର କାର୍ଯ୍ୟକୁ ନିଜେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ପାଇଁ  ଉପକୃତ ହେଇଥିବା ଲୋକମାନେ ମଧ୍ୟ ପ୍ରଶଂସା କରୁଛନ୍ତି।

ସ୍ମାଇଲ ଫରଏଭର ଫାଉଣ୍ଡେସନର ସଂସ୍ଥାପକ ସନ୍ତୋଷ କୁମାର ବିଶ୍ୱାଳ କହନ୍ତି, ଆମେ ସମସ୍ତଙ୍କ ପାଖରେ ଉପକୃତ ଖାସ କରି ସେହି ଲୋକମାନେ ଯେଉଁମାନେ ଆମର ପ୍ରେରଣାର ସ୍ରୋତ ହେଇଛନ୍ତି ଏବଂ ଯେଉଁମାନଙ୍କ ପାଇଁ ଏସବୁ କାମ ଆମେ କରୁଛୁ। ଏହା ସହିତ ଆମର ଏହି ପ୍ରୟାସକୁ ସାକାର କରିଥିବା ସମସ୍ତ ଡାକ୍ତରମାନଙ୍କୁ, ଆମର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ।

Comment