ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଦିନରେ ଆପଣ ସମସ୍ତଙ୍କ ପାଖରେ ମୋବାଇଲ୍ ଓ ସମସ୍ତଙ୍କ ଘରେ ଟିଭି ଦେଖିବାକୁ ପାଇବେ। ତେବେ ଏଭଳି ଏକ ସହର ଅଛି ଯେଉଁଠି ଲୋକମାନେ ମୋବାଇଲ୍ କିମ୍ବା ଟିଭ୍ ବ୍ୟବହାର କରିନାହାନ୍ତି। ଯଦି ସେମାନେ ମୋବାଇଲ୍ ଓ ଟିଭି ବ୍ୟବହାର କରିବେ ତେବେ ତାଙ୍କୁ ଗିରଫ କରି ଜେଲ୍ ହୋଇପାରେ।

ଏହି ସହରର ନାଁ ହେଉଛି ଗ୍ରୀନ୍ ବ୍ୟାଙ୍କ୍। ଆମେରିକାର ପଶ୍ଚିମ ବର୍ଜିନିଆରେ ଅବସ୍ଥିତ ଏହି ସହରରେ ପ୍ରାୟ ୧୫୦ ଲୋକ ବସବାସ କରିଥାନ୍ତି। ଏହି ସମସ୍ତଙ୍କ ଉପରେ ଟିଭି ଓ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି।

ଏହାର କାରଣ ହେଲା ଏଠାରେ ବିଶ୍ୱର ସବୁଠୁ ବଡ଼ ଷ୍ଟିୟରବେଲ୍ ରେଡିଓ ଟେଲିସ୍କୋପ ରହିଛି। ଏହି ଟେଲିସ୍କୋପରେ ମହାକାଶରୁ ଆସୁଥିବା ରେଡିଓ ତରଙ୍ଗର ଅଧ୍ୟୟନ କରାଯାଇଥାଏ। ଏହି ଟେଲିସ୍କୋପ ୪୮୫ ଫୁଟ୍ ଲମ୍ବା ହୋଇଥିବାବେଳେ ଏହାର ଓଜନ ପ୍ରାୟ ୭୬୦୦ ମେଟ୍ରିକ୍ ଟନ୍। ଏପରିକି ଏଥିରେ ଥିବା ପ୍ଲେଟର ଆକାର ଏକ ଫୁଟବଲ ପଡ଼ିଆ ସହ ସମାନ।

ଏଠାକାର ଲୋକମାନଙ୍କୁ ମୋବାଇଲ୍ ଓ ଟିଭି ବ୍ୟବହାର କରିବାକୁ ମନା କରାଯାଇଛି। କାରଣ ଯଦି ସେମାନେ ଏହାକୁ ବ୍ୟବହାର କରିବେ ତେବେ ମହାକାଶରୁ ଆସୁଥିବା ତରଙ୍ଗକୁ ଅଧ୍ୟୟନ କରି ଯାଞ୍ଚ କରିବାରେ ବାଧା ସୃଷ୍ଟି ହୋଇପାରେ। ତେଣୁ ଏହି ଅଞ୍ଚଳରେ ଏଭଳି କଟକଣା ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here