ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଦୋକାନ, ମଲ୍ ଖୋଲିବାକୁ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ କେଉଁ ଦୋକାନ ଖୋଲା ଓ କେଉଁ ଦୋକାନ ବନ୍ଦ ରହିବ ସେନେଇ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ତରଫରୁ ଦୋକାନୀମାନଙ୍କ ପାଇଁ କେତେକ ସର୍ତ୍ତ ମଧ୍ୟ ରଖାଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, କେବଳ ରାଜ୍ୟ ସରକାରଙ୍କ ପଞ୍ଜୀକୃତ ଦୋକାନଗୁଡ଼ିକ ଖୋଲାଯାଇପାରିବ। ଗ୍ରାମାଞ୍ଚଳରେ ଥିବା ରେସିଡେନସିଆଲ୍ କଂପ୍ଲେକ୍ସ, ମାର୍କେଟ୍ କଂପ୍ଲେକ୍ସ ଆଦି ଖୋଲାରହିପାରିବ। ତେବେ ମଲଟି ବ୍ରାଣ୍ଡ  କିମ୍ବା ସିଙ୍ଗଲ ବ୍ରାଣ୍ଡ ମଲ୍ ଖୋଲାଯାଇପାରିବନି ବୋଲି କୁହାଯାଇଛି।

ସେହିପରି ସହରାଞ୍ଚଳରେ ଥିବା ଗୋଟିକିଆ ଦୋକାନଗୁଡ଼ିକ ଖୋଲାଯାଇପାରିବ। ବିଭିନ୍ନ ସାହି ଓ ଗଳିରେ ଥିବା ଦୋକାନଗୁଡ଼ିକ ଏଥର ଖୋଲିପାରିବ। ତେବେ ସେଠାରେ ସାମାଜିକ ଦୂରତା ପାଳନ କରିବା ନିହାତ ଦରକାର। କିନ୍ତୁ ସହରର କୌଣସି ପ୍ରକାର ମଲ୍ ଖୋଲାଯାଇପାରିବନି ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି।

ଜିଲ୍ଲାର କେଉଁ ଦୋକାନ ଖୋଲାରହିବ ସେନେଇ ଜିଲ୍ଲାପାଳ ବୁଝିବା ସହିତ ମ୍ୟୁନିସିପାଲଟିରେ କମିଶନର ସହରର ଦୋକାନ କଥା ବୁଝାସୁଝା କରିବେ ବୋଲି କୁହାଯାଇଛି। ତେବେ ଯେଉଁ ଦୋକାନ ଖୋଲିବ ସେଠି ୫୦ ପ୍ରତିଶତ କର୍ମଚାରୀ କାମ କରିବେ। ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି କୁହାଯାଇଛି।

Comment