ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସର ମହାସଙ୍କଟ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଲକଡାଉନକୁ କିଭଳି ଭାବେ ଖୋଲାଯିବ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି।

ଏହି ଅବସରରେ ମୋଦୀ କହିଛନ୍ତି ଯେ, ଲକଡାଉନ୍ ଖୋଲିବାକୁ ନେଇ ରାଜ୍ୟ ସରକାରମାନେ ଗୋଟିଏ ନୀତି ନିର୍ଦ୍ଧାରଣ କରନ୍ତୁ ଏବଂ ସେହି ଅନୁସାରେ ଲକଡାଉନ୍ ଖୋଲାଯାଉ। ଯେଉଁ ରାଜ୍ୟମାନଙ୍କରରେ କରୋନା ସଂକ୍ରମଣ କମ ରହିଛି ସେଠାରେ ଲକଡାଉନ୍ ଖୋଲି ଦିଆଯାଉ। ହେଲେ ଯେଉଁ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ଅଧିକ ରହିଛି ସେହି ରାଜ୍ୟର ଜିଲ୍ଲାମାନଙ୍କୁ ନଜରରେ ରଖାଯାଉ। ଯେଉଁ ଜିଲ୍ଲାରେ କମ ଆକ୍ରାନ୍ତ ରହିଛନ୍ତି ସେହି ଜିଲ୍ଲାରେ ଲକଡାଉନ୍ ଉଠାଯାଉ। ଅନ୍ୟ ଜିଲ୍ଲାଗୁଡ଼ିକ କରୋନା ମୁକ୍ତ ନହେବା ପର୍ଯ୍ୟନ୍ତ ସେଠାରେ ଲକଡାଉନ୍ ବଳବତ୍ତର ରହୁ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ବିଭିନ୍ନ ଜିଲ୍ଲାକୁ ଯାଞ୍ଚ କରିଛି। ଏହାପରେ ଦେଶର ମୋଟ ୧୭୦ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରେଡ୍ ଜୋନରେ ସାମିଲ କରିଛି। ଏହି ସବୁ ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ଅଧିକ ରହିଛି। ତେଣୁ ଏହି ଜିଲ୍ଲାରୁ ଲକଡାଉନ୍ ଉଠିବ ନାହିଁ ବୋଲି ପରୋକ୍ଷରେ କୁହାଯାଇଛି।

କରୋନା କାରଣରୁ ଦେଶରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନ୍ ମେ ୩ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ରାଜ୍ୟ ସରକାରମାନେ ଦେଶରେ ଲକଡାଉନକୁ ପୁଣି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।

Comment