ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରହିଟ୍‌ ଫିଲ୍ମ ‘ସୂର୍ଯ୍ୟବଂଶମ’ରେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ ନାୟିକା ଥିଲେ ଅଭିନେତ୍ରୀ ସୌର୍ନ୍ଦର୍ଯ୍ୟା। ୨୦୦୪ରେ ହୋଇଥିଲା ତାଙ୍କର ମୃତ୍ୟୁ।

୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ସୂର୍ଯ୍ୟବଂଶମ’ରେ ହିରା ଠାକର (ଅମିତାଭ ବଚ୍ଚନଙ୍କ) ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ରଘୁ। ଏହି ଫିଲ୍ମରେ ଦର୍ଶକ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରିଥିଲେ। ଏହା ଏକ ଏମିତି ଫିଲ୍ମ ଥିଲା ଯାହାକୁ ଦର୍ଶକ ଏବେ ବି ପସନ୍ଦ କରୁଛନ୍ତି। ଏହି ଫିଲ୍ମରୁ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ ସୌନ୍ଦର୍ଯ୍ୟା। ଏହା ହିଁ ଥିଲା ତାଙ୍କର ଶେଷ ହିନ୍ଦୀ ଫିଲ୍ମ। କାରଣ ଏହାପରେ ସେ ଅନ୍ୟ ବଲିଉଡ ଫିଲ୍ମରେ ଅଭିନୟ କରିନଥିଲେ। ମାତ୍ର ୩୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ। ଆଜି ଆସନ୍ତୁ ଜାଣିବା ତାଙ୍କ ମୃତ୍ୟୁ ଘଟଣା ବିଷୟରେ।

ସୌନ୍ଦର୍ଯ୍ୟା ତାମିଲ, ମାଲାୟାଲମ୍, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଫିଲ୍ମରେ କାମ କରିଥିଲେ। ପାଖାପାଖି ୧୦୦ଟା ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଥିଲେ।

୨୦୦୩ରେ ସୌନ୍ଦର୍ଯ୍ୟା ତାଙ୍କ ପିଲାଦିନର ବନ୍ଧୁ ତଥା ସଫ୍ଟୱେୟାର ଇଞ୍ଜିନିୟର ଜିଏସ ରଘୁଙ୍କୁ ବିବାହ କରିଥିଲେ। ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିବା ପରେ ୨୦୦୪ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ୨୦୦୪ ଏପ୍ରିଲ ୧୭ରେ ଏକ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିଲେ। ବେଙ୍ଗାଲୁରୁର ଜାକୁର ଏୟାରଫିଲ୍ଡରୁ ଉଡ଼ାଣ ଭରିଥିବା ହେଲିକପ୍ଟରଟି ୧୦୦ ଫୁଟ୍‌ ଉପରକୁ ଯିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟା, ତାଙ୍କ ଭାଇ ଏବଂ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here