ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵ ରେକର୍ଡ କଲା ଦୂରଦର୍ଶନରେ ପ୍ରସାରିତ ରାମାୟଣ ସିରିଏଲ୍‌। ହେଲା ସବୁଠାରୁ ଅଧିକା ଲୋକ ଦେଖୁଥିବା ଟିଭି ସିରିଏଲ।

ଲକ୍‌ଡାଉନ୍‌ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ରମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ କରାଯାଇଥିଲା। ବର୍ତ୍ତମାନ ଏହି ଧାରାବାହିକ ବିଶ୍ଵ ରେକର୍ଡ କରିଛି। ୧୬ ଏପ୍ରିଲରେ ଏହି ସିରିଏଲକୁ ୭.୭ କୋଟି ଦର୍ଶକ ଦେଖିଛନ୍ତି, ଯାହାକି ସାରା ବିଶ୍ଵରେ ସର୍ବାଧିକ ଦେଖାଯାଇଥିବା ମନୋରଞ୍ଜନ ଧାରାବାହିକ ଭାବେ ରେକର୍ଡ ସୃଷ୍ଟି କରିଛି।

କରୋନା ଯୋଗୁଁ ଦେଢ଼ ମାସ ହେବ ଦେଶରେ ଲକ୍‌ଡାଉନ୍‌ ହୋଇଛି। ଏହି ସମୟ ମଧ୍ୟରେ ଲୋକମାନେ ନିଜ ନିଜ ଘରେ ରହିଛନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୧୭ରୁ ଟିଭି ସିରିଏଲ, ଚଳଚ୍ଚିତ୍ର ଓ ଓ୍ଵେବ୍‌ ସିରିଜ ସୁଟିଂ ବନ୍ଦ ହୋଇଥିବାରୁ ନୂଆ ଏପିସୋଡ ଟିଭିରେ ପ୍ରସାରଣ ହେଉନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାମାୟଣର ପୁନଃପ୍ରସାରଣ କରିଥିଲେ।

ଲୋକମାନେ ପୌରାଣିକ ଧାରାବାହିକକୁ ଅଧିକ ପସନ୍ଦ କରୁଛନ୍ତି। ରାମାୟଣ ଆରମ୍ଭ ହେବା ପରଠୁ ସୋସିଆଲ ମିଡିଆରେ ଏହାର ବେଶ ଚର୍ଚ୍ଚା ହେବାରେ ମଧ୍ୟ ଲାଗିଛି। ସେହିପରି ରାମାୟଣର ସମସ୍ତ କଳାକାର ମଧ୍ୟ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଯେଉଁଦିନ ରାମାୟଣର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା, ଏହାକୁ ୧ କୋଟି ୧୭ ଲକ୍ଷ ଲୋକ ଦେଖିଥିଲେ। ସେହିପରି ଶକ୍ତିମାନ, ଶ୍ରୀମାନ ଶ୍ରୀମତି, ଦେଖ ଭାଇ ଦେଖ ମଧ୍ୟ ଦୁରଦର୍ଶନର ଟିଆର୍‌ପି ବଢ଼ାଇବାରେ ବେଶ ସହଯୋଗ କରୁଛନ୍ତି।

Comment