ଓଡ଼ିଶାଲାଇଭ୍ ବ୍ୟୁରୋ

“ମିଡିଆ ହେଉଛି ଏକ ମଲ୍ଟି ଡାଇମେନ୍‌ସନାଲ ଇଣ୍ଡଷ୍ଟ୍ରି। ସବୁ କ୍ଷେତ୍ରର ଲୋକ ଏହା ସହ ଯୋଡ଼ି ହୋଇପାରିବେ। ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଫଟୋଗ୍ରାଫର ଯାଏଁ ସମସ୍ତେ ମଡିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇପାରିବେ” ମିଡିଆ କ୍ଷେତ୍ରରେ ଥିବା ବିଶାଳ ସୁଯୋଗକୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ପ୍ରମେୟର ମିଡିଆ ମାର୍କେଟିଂ ତଥା ଫାଇନାନ୍ସର ମୁଖ୍ୟ ଲିଙ୍ଗରାଜ ଲେଙ୍କା।

କ୍ୟାରିଅର ଗଢ଼ିବା ପାଇଁ ମିଡିଆ ଇଣ୍ଡଷ୍ଟ୍ରିରେ କିଭଳି ସୁଯୋଗ ରହିଛି, ସେ ବିଷୟରେ ଜାଣିବା ପାଇଁ ଚାକିରି ପ୍ଲସ ଟିମ୍‌ ଭେଟିଥିଲା ଓଡ଼ିଶାର ଆଗଧାଡ଼ିର ମିଡିଆ ଇଣ୍ଡଷ୍ଟ୍ରି ପ୍ରମେୟର ମିଡିଆ ମାର୍କେଟିଂ ତଥା ଫାଇନାନ୍ସର ମୁଖ୍ୟ ଲିଙ୍ଗରାଜ ଲେଙ୍କାଙ୍କୁ। ନିଜର ସାମର୍ଥ୍ୟ ବଳରେ ଦୀର୍ଘ ୨୨ ବର୍ଷ ଧରି ମିଡିଆ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସଦୃଢ଼ ରଖିଛନ୍ତି ଲିଙ୍ଗରାଜ ଲେଙ୍କା

Lingaraj Lenka

ମିଡିଆରେ କିଭଳି ସୁଯୋଗ ରହିଛି ଆସନ୍ତୁ ଜାଣିବା ତାଙ୍କ ମୁହଁରୁ;

ବର୍ତ୍ତମାନ ମିଡିଆ ଇଣ୍ଡଷ୍ଟ୍ରିରେ ବିଶାଳ ନିଯୁକ୍ତିର ସମ୍ଭାବନା ରହିଛି। ମିଡିଆ ଯେ କେବଳ ସାମ୍ବାଦିକ ତିଆରି କରେ ତା ନୁହେଁ, ବରଂ ଏହି ଇଣ୍ଡଷ୍ଟ୍ରିର ବିଶାଳତା ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ଏମ୍‌ବିଏ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଦେଇଥାଏ ଅନେକ ସ୍କୋପ୍‌।

ଉଦହରଣସ୍ଵରୂପ ଏମ୍‌ବିଏ କରିଥିବା ଛାତ୍ରଟିଏ ମିଡିଆ ମାର୍କେଟିଂ ବା ସେଲ୍‌ସ୍‌ରେ ନିଜର କ୍ୟାରିଅର୍‌ ଗଢ଼ିପାରିବେ। ସେହିପରି ଡିଜାଇନିଂ ଡିଗ୍ରୀ ହାସଲ କରି ଛାତ୍ରଟିଏ ମିଡିଆରେ ଗ୍ରାଫିକ୍ସ ଡିଜାଇନିଂରେ କାମ କରିପାରେ। ଜଣେ ଫଟୋଗ୍ରାଫର୍‌ କିମ୍ବା କାର୍ଟୁନିଷ୍ଟଙ୍କର ମଧ୍ୟ ମିଡିଆ ଇଣ୍ଡଷ୍ଟ୍ରିରେ ବହୁତ ଚାହିଦା ରହିଛି।

ଗୋଟିଏ ଇଣ୍ଡଷ୍ଟ୍ରିର ଯେତେବେଳେ ବିକାଶ ହୁଏ, ସେତେବେଳେ ଏହାକୁ ଅନେକଗୁଡ଼ିଏ ସବ୍‌-ଇଣ୍ଡଷ୍ଟ୍ରିର ଆବଶ୍ୟକତା ପଡ଼ିଥାଏ। ବର୍ତ୍ତମାନ ମିଡିଆ ଇଣ୍ଡଷ୍ଟ୍ରି ବିଭିନ୍ନ ସବ୍‌-ଇଣ୍ଡଷ୍ଟ୍ରି ଆବଶ୍ୟକତା କରୁଛି। ଏହି ସବ୍‌-ଇଣ୍ଡଷ୍ଟ୍ରିରେ ଜଣେ ଇଞ୍ଜିନିୟର ହେଉ ବା ଗ୍ରାଫିକ୍ସ ଡିଜାନର ବା ଫଟୋଗ୍ରାଫର କିମ୍ବା କାର୍ଟୁନିଷ୍ଟ ହେଉ, ସବୁ କ୍ଷେତ୍ରର ବ୍ୟକ୍ତିବିଶେଷ ରହିପାରିବେ।

ମିଡିଆ ଲାଇନ୍‌ରେ ନିଜ କ୍ୟାରିୟର ଗଢ଼ିବା ପାଇଁ ବି-ସ୍କୁଲ ତଥା ୟୁନିଭର୍ସିଟିର ସାର୍ଟଫିକେଟ ହିଁ ସବୁକିଛି ନୁହେଁ। ଏହା କେବଳ ଆବେଦନ କରିବା ପାଇଁ ଦରକାର ପଡ଼େ। ହେଲେ ନିଜର ନିଷ୍ଠା, ଇଚ୍ଛାଶକ୍ତି ଏବଂ କାମ ପ୍ରତି ଥିବା ନିଜର ଚିନ୍ତାଧାରା ହିଁ ଛାତ୍ରଛାତ୍ରୀଙ୍କୁ ଆଗକୁ ନେଇଥାଏ।

Source- www.chakiri.plus

Comment