ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରୀନ ଜୋନ୍‌ରେ ଚାଲିପାରିବ ବସ୍‌। ଏନେଇ ରାଜ୍ୟ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। କେବଳ ଗ୍ରୀନ ଜୋନରୁ ଗ୍ରୀନ ଜୋନକୁ ଯାତ୍ରୀବାହୀ ବସ୍‌ ଚାଲିପାରିବ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ରେଡ୍‌ କିମ୍ବା ଅରେଞ୍ଜ ଜୋନ୍‌ ଅତିକ୍ରମ କରିବାକୁ ବସ୍‌କୁ ଅନୁମତି ନାହିଁ।

କେନ୍ଦ୍ର ସରକାର ମେ’ ପହିଲାରେ ଯେଉଁ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ କେବଳ ଗ୍ରୀନ ଜୋନ୍‌ରେ ବସ୍‌ ଚାଲିପାରିବ। ହେଲେ ଏହାକୁ ରାଜ୍ୟ ବସ୍‌ ମାଲିକ ସଂଘ ଗ୍ରହଣ କରି ନଥିଲା।

ଏହି ଗାଇଡ୍‌ଲାଇନ୍‌କୁ ତର୍ଜମା କରିବା ପାଇଁ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ତର୍ଜମା କରାଯିବ ବୋଲି କହିଥିଲେ। ହେଲେ ରାଜ୍ୟ ସରକାର ଆଜି କେନ୍ଦ୍ର ଜାରି କରିଥିବା କଟକଣାକୁ ବଳବତ୍ତର ରଖିଛନ୍ତି।

Comment