ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଦେଶ ଭାରତରେ ଏକ ଏଭଳି ସ୍ଥାନ ଅଛି ଯେଉଁଠି ଗୋଟିଏ ଗଛକୁ ୨୪ ଘଣ୍ଟା ପୋଲିସ କର୍ମୀ ଜଗି ରହୁଛନ୍ତି।  

ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘର୍ଟିଆ ସୁରକ୍ଷା ପ୍ରଦାନ କରାଯାଏ। ସେମାନଙ୍କ ସୁରକ୍ଷା ପାଇଁ ଅହରହ ସୁରକ୍ଷାକର୍ମୀ ମୁତୟନ ଥା’ନ୍ତି। କିନ୍ତୁ କେବେ ଶୁଣିଛନ୍ତି କି ଏକ ଗଛକୁ ପୋଲିସ କର୍ମୀମାନେ ୨୪ ଘଣ୍ଟା ଜଗି ରହିଥିବାର। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ବି ସତ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏବଂ ବିଦିଶା ମଧ୍ୟରେ ଥିବା ସଲାମତପୁରର ପାହାଡ ଉପରେ ଏହି ବୃକ୍ଷ ଅଛି।

ଏହି ଗଛର ସୁରକ୍ଷା ପାଇଁ ଚାରି କିମ୍ବା ପାଞ୍ଚ ଜଣ ପୋଲିସ କର୍ମଚାରୀ ନିୟୋଜିତ ଥା’ନ୍ତି। ସେମାନେ ଏହି ଗଛ ଉପରେ ୨୪ ଘଣ୍ଟା ନଜର ରଖିଥାନ୍ତି। ଏହି ଗଛରେ ଜଳସେଚନ ପାଇଁ ପ୍ରତିଦିନ ଏକ ସ୍ୱତନ୍ତ୍ର ପାଣି ଟାଙ୍କି ଯାଇଥାଏ। କୃଷି ବିଭାଗର ଅଧିକାରୀମାନେ ମଧ୍ୟ ପ୍ରତି ସପ୍ତାହରେ ଏଠାକୁ ଆସି ଗଛ ଯାଞ୍ଚ କରନ୍ତି। ଏହି ବୃକ୍ଷର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ। ୨୦୧୨ରେ ଯେତେବେଳେ ଶ୍ରୀଲଙ୍କାର ତତକାଳୀନ ରାଷ୍ଟ୍ରପତି ଭାରତ ଆସିଥିଲେ ସେହ ସମୟରେ ସେ ଏହି ଗଛ ଳଗାଇଥିଲେ।

ପ୍ରକୃତରେ ଏହା ଏକ ବୋଧି ବୃକ୍ଷ। ବୋଧି ବୃକ୍ଷ ତଳେ ଗୌତମ ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିଲେ। ସେଥିପାଇଁ ଏହି ବୃକ୍ଷକୁ ଏତେ ମହତ୍ତ୍ୱ ଦିଆଯାଉଛି।

Comment