ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ। ତେବେ ଏହି ସମୟ ଭିତରେ କିଏ କଟକଣାମୁକ୍ତ ହେବେ ସେନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ କୌଣସି କଟକଣା ନାହିଁ। ସେମାନେ ଯାତାୟତ କରିପାରିବେ। ସେହିପରି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ, ଆଇଟି, ପେଟ୍ରୋଲ ପମ୍ପ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ କର୍ମଚାରୀମାନେ ଯିବା ଆସିବା କରିପାରିବେ।

ସନ୍ଧ୍ୟା ୭ଟା ପରେ ଭୁବନେଶ୍ୱରରେ ପରିବା ଏବଂ ଗ୍ରୋସରୀ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କମିସନର ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଏହି କଟକଣା ଲାଗୁ କରାଯାଇଛି। ୧୨ ଘଣ୍ଟା ଅର୍ଥନୈତିକ କାମ ଏବଂ ଆଉ ୧୨ ଘଣ୍ଟା ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ପୋଲିସ କମିସନର ଆହୁରି କହିଛନ୍ତି ଯେ ଆଗରୁ ଯେଉଁ ଲକ୍‌ଡାଉନ୍‌ ପାସ୍‌ ଦିଆଯାଇଥିଲା ତାହା ବଳବତ୍ତର ରହିବ। ନୂଆ ପାସ୍‌ ଦେବା କୌଣସି ଆବଶ୍ୟକତା ନାହିଁ।

Comment