ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭ ଜଣ ନୂଆ କରୋନା ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ଏହି ୧୭ ଜଣ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ସେହିଭଳି ୩ ଜଣ ନୂଆ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ଓ ଜଣ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନିକଟରେ ସୁରତରୁ ଫେରିଥିଲେ ବୋଲି ସୂଚନା ରହିଛି।

ସେହିଭଳି ଆଉ ଜଣେ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଏବେ ମୋଟ ପଜିଟିଭ୍ ସଂଖ୍ୟା ୨୮୭ ରହିଥିବାବେଳେ ୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ଏବେ ବି ୨୨୨ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment