ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶନିବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କଣ ରହିଛି କରୋନା ସ୍ଥିତି।

ଓଡ଼ିଶାରେ କରୋନା

  • ଗଞ୍ଜାମରେ ଚିହ୍ନଟ ହେଲେ ପୁଣି ୫ଜଣ କରୋନା ପଜିଟିଭ୍।
  • ଗୋଟିଏ ଦିନରେ ଗଞ୍ଜାମରୁ ଚିହ୍ନଟ ହେଲେଣି ୧୮ ପଜିଟିଭ୍।
  • ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି।
  • ଏବେ ସୁଦ୍ଧା ରାଜ୍ୟରେ ୫୬,୩୨୨ନମୁନା ପରୀକ୍ଷା ହୋଇଛି।
  • ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେଣି ୬୮ ଜଣ।
  • ରାଜ୍ୟରେ ଏବେ ବି ୨୨୪ଜଣ ସକ୍ରିୟ ଆକ୍ରାନ୍ତ।
  • ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨ରେ ସ୍ଥିର।

ଦେଶରେ କରୋନା

  • ଦେଶରେ ବର୍ତ୍ତମାନ ୩୯,୩୮୪ଜଣ ସକ୍ରିୟ କରୋନା ଆକ୍ରାନ୍ତ।
  • ଭାରତରେ ୧୭,୮୪୬ଜଣ ଲୋକ କରୋନାରୁ ସୁସ୍ଥ ହେଲେଣି।
  • ଭାରତରେ ୧୯୮୧ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।
  • ମହାରାଷ୍ଟ୍ର ଏବେ ବି ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ।

ରାଜ୍ୟରେ ୧୨ ଲକ୍ଷ ପ୍ରବାସୀ ଓଡ଼ିଆ

  • ବର୍ତ୍ତମାନ ୧୨ ଲକ୍ଷ ୭୦ ହଜାର ଓଡ଼ିଆ ଅନ୍ୟ ରାଜ୍ୟରେ କାମ କରୁଛନ୍ତି।
  • ଅନ୍ୟ ରାଜ୍ୟର ୮ ଲକ୍ଷ ୬୦ହଜାର ଲୋକ ଏବେ ଓଡ଼ିଶାରେ କାମ କରୁଛନ୍ତି।
  • ସାରା ଭାରତରେ ୧୪ରୁ ୨୦କୋଟି ଲୋକ ପ୍ରବାସୀ ଶ୍ରମିକ।
  • ଦେଶରେ ୧୦୦ଟି ପରିବାରରୁ ୧୬ଟି ପରିବାର ପ୍ରବାସୀ ଅଟେ।

Comment