ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା, ଦୁନିଆର ପ୍ରତ୍ୟେକ ପିଲାଙ୍କ ପାଇଁ ସବୁଠାରୁ ନିଆରା  ସମ୍ପର୍କ।  ସେହି ମା’ଙ୍କୁ ସମ୍ମାନ ଜଣାଇବା ପାଇଁ ମେ’ ମାସର ଦ୍ୱିତୀୟ ରବିବାରରେ ଏହି ମାତ୍ୱତ୍ୱ ଦିବସ ଦିନ ପାଳନ କରାଯାଏ।

ମା’କୁ ସମ୍ମାନ ଦେବା ଲାଗିଏହି ଦିନର ଆରମ୍ଭ ପ୍ରଥମେ ଆମେରିକାରୁ ଆରମ୍ଭ ହୋଇଥିଲା।  ଆରମ୍ଭ ହେଲେ। ଆମେରିକାର ଏନା ଜାର୍ବିସ ତାଙ୍କ ମା’ଙ୍କୁ ବହୁତ ଭଲ ପାଉଥିଲେ। ଏଥିଲାଗି ସେ କେବେ ବି ବାହା ହୋଇନଥିଲେ। ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କଲେ।

୧୯୧୪ ମସିହା ମେ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା। ସବୁ ବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ରୂପେ ପାଳନ କରାଯିବ ବୋଲି ଏଥିରେ କୁହାଯାଇଥିଲା। ଏହାପରେ ଆମେରିକା, ଭାରତ ଓ ଅନ୍ୟ ଦେଶରେ ଏହା ପାଳନ ଆରମ୍ଭ ହେଲା।

Comment