ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭଦ୍ରକ ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। ଏହି କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ଚରମ୍ପା ଷ୍ଟେସନର ୫୦୦ ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି ହୋଇଛି। ଆଜି ଦିନ ୨ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ରହିବ।

ଡଗରାସାହି ସ୍କୁଲ ଛକରୁ ଗୁଣ୍ଠୁଣିଆ ବଜାର ରାସ୍ତାରେ ଏହି କର୍ଫ୍ୟୁ ଲାଗୁ ହୋଇଛି। ପ୍ରବାସୀଙ୍କୁ ନେଇ ୨ଟି ଟ୍ରେନ ଚରମ୍ପା ଷ୍ଟେସନ ଆସୁଥିବାରୁ ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ପୂର୍ବରୁ ୫ଟି ଟ୍ରେନ ପ୍ରବାସୀଙ୍କୁ ନେଇ ଗଞ୍ଜାମ ଓ ଟିଟଲାଗଡ଼ରେ ପହଞ୍ଚିଛି। ସେହିପରି ଆଜିଠୁ ଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ ଚଳାଚଳ କରିବ। ତେଣୁ ସଂକ୍ରମଣ ଆଶଙ୍କାରେ ବିଭିନ୍ନ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି।

Comment