ଓଡ଼ିଶାଲାଇଭ୍ ବ୍ୟୁରୋ

Amphan

ମାଡ଼ିଆସୁଥିବା ପ୍ରଳୟଙ୍କାରୀ ବାତ୍ୟା ଅମ୍ପନ ସହ ସବୁ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲା ପ୍ରଶାସନ। ଏନେଇ ସବୁଠି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଏଥିମଧ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଚାନ୍ଦବାଲିରେ ହାଇ ଆଲର୍ଟ ଜାରି କରିଛନ୍ତି।

ତେବେ ଚାନ୍ଦବାଲି ବ୍ଲକରେ ପ୍ରାୟ ୨୦ରୁ ଉର୍ଦ୍ଧ ଗର୍ଭବତୀ ମହିଳାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ବାତ୍ୟା ସମୟରେ ଗର୍ଭବତୀ ମହିଳାମାନେ ଯେପରି କୌଣସି ପ୍ରକାରର ଅସୁବିଧାର ସମ୍ମୁଖିନ ନହେବେ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହା ସହ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ମାଇକ ଯୋଗେ ସଚେତନ କରାଯାଉଛି।

Amphan

 

ଏହି ସାମୁଦ୍ରିକ ଝଡ଼ ଅମ୍ପନର ପ୍ରଭାବ ଭଦ୍ରକ ଏବଂ ବାଲେଶ୍ୱରରେ ଅଧିକ ପଡ଼ିବାର ଆଶଙ୍କା କରାଯାଉଛି ଏବଂ ଚାନ୍ଦବାଲି ସହ ବାସୁଦେବପୁର ବ୍ଲକରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ପନ ଉତ୍ତର ଦିଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି। ଏହା ବର୍ତ୍ତମାନ ପାରାଦୀପଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଏହାସହ ପଶ୍ଚିମବଙ୍ଗଠାରୁ ୬୩୦ କିଲୋମିଟର ଦୂରରେ ରହିଛି ମହାବାତ୍ୟା। ୨୦ ତାରିଖ ଅପରାହ୍‌ଣରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ।

Comment