ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ୧୮ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଯବାନ ଅମ୍ପନ ମୁକାବିଲା କରି ପଶ୍ଚିମବଙ୍ଗରୁ ଫେରିଥିଲେ। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ପୂର୍ବରୁ ମଧ୍ୟ ଅଗ୍ନିଶମ ବାହିନୀ ଓ ଏନ୍‌ଡିଆରଏଫ୍‌ର କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଯବାନ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଉଛି।

ଏହାସହ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଞ୍ଚିଛି। ସେହିପରି ୩,୨୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୪୩ ସକ୍ରିୟ ରହିଛନ୍ତି। ଏଯାଏଁ କରୋନା ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି।

Comment