ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶନିବାର ଓଡ଼ିଶାରେ ଆଉ ୮୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି।

ଶନିବାର ଆକ୍ରାନ୍ତ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୭୩ ଜଣ କ୍ୱାରେଣ୍ଟିନରେ ଥିଲାବେଳେ ୭ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୧୯ ଜଣ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୧୪, ପୁରୀରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ପ୍ରଥମ କରି ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ଛୁଇଁଛି କରୋନା ଭାଇରସ୍। ନବରଙ୍ଗପୁରରେ ଜଣେ ଓ ଗଜପତି ଜିଲ୍ଲାରେ ୪ଟି ପଜିଟିଭ୍ କେସ୍ ସାମନାକୁ ଆସିଛି।

Comment