ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରସବ କଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ରେଳ ଷ୍ଟେସନରେ। ମହିଳା ଜଣକ ଟ୍ରେନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁକୁ ଟିଟଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହିଳା ଜଣକ ତେଲେଙ୍ଗାନାର କାଜିପେଟରୁ ନିଜ ପରିବାର ସହ ଛତିଶଗଡ଼ ଯାଉଥିଲେ। ରାସ୍ତାରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଟ୍ରେନଟି ଷ୍ଟେସନରେ ପହଞ୍ଚିବା ପୂର୍ବରୁ ମହିଳା ଜଣକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ଟ୍ରେନରେ ମହିଳା ପ୍ରସବ କରିଥିବାରୁ କିଛି ସମୟ ପାଇଁ ଟ୍ରେନଟି ଟିଟଲାଗଡ଼ ଷ୍ଟେସନରେ ଅଟକିଥିଲା। ଷ୍ଟେସନ ମ୍ୟାନେଜର ଖବର ପାଇବା ପରେ ଟିଟଲାଗଡ଼ ହସ୍ପିଟାଲରୁ ଆମ୍ଵୁଲାନ୍ସ ଡକାଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comment