ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାତର ୩ ଦିନ ଧରି ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇ ଦିନରେ ୧୫ ଜଣ ଥିବା ବେଳେ ଆଜି ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ପଜିଟିଭ୍ କ୍ଵାରେଣ୍ଟିନ୍‌ ସେଣ୍ଟରରେ ଥିଲେ।

ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କ୍ଵାରେଣ୍ଟିନ୍‌ ସେଣ୍ଟରମାନଙ୍କରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡେରାବିଶ ବ୍ଲକରୁ ୩ ଜଣ ଓ ମହାକାଳପଡା ବ୍ଲକରୁ ୩ ଜଣ ଅଛନ୍ତି। ଡେରାବିଶ ବ୍ଲକର ୩ ଜଣଙ୍କ ମଧ୍ୟରୁ ଜଣେ ଆଗରୁ କଟକ ଏସସିବି ମେଡିକାଲରେ ଅଛନ୍ତି।

ସମସ୍ତ ପଜିଟିଭ୍ କ୍ଵାରେଣ୍ଟିନ୍‌ ସେଣ୍ଟର ମଧ୍ୟରେ ରହୁଥିଲେ ତେଣୁ ଜିଲ୍ଲା ପାଇଁ ଅଧିକ କିଛି ସମସ୍ୟା ନାହିଁ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସମସ୍ତ ନୂଆ ୫ ଜଣଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଛି।

ଆଜିର ନୂଆ ୬ ଜଣ ପଜିଟିଭ୍‌ ସହ ଜିଲ୍ଲାରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଆଗରୁ ୨୨ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଆସି ଥିବା ବେଳେ ଆଜି ଆଉ ୪ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Comment