ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଅ ଭଳି ଝିଅକୁ ମଧ୍ୟ ପାଠ ପଢ଼ିବାକୁ ଦେବା ଆବଶ୍ୟକ ଝିଅର ପାଠ ପଢ଼ିବାରେ ବାଧା ଦିଅନ୍ତୁ ନାହିଁ ତା ବି ନିଜର ମନ ଅଛି ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଅଛି ୟୁନିସେଫମୀନାଆନିମେସନ ସିରିଜରକୁକୁଡ଼ା ଗଣତିଧ୍ୟାୟରେ ମୀନା ଏହି ବାର୍ତ୍ତା ଦେଇଛି

ଏହି ଅଧ୍ୟାୟରେ ମୀନାକୁ ସ୍କୁଲ ଯିବା ପାଇଁ ଘରେ ବାରଣ କରୁଛନ୍ତି। ଘରେ ରହି ଘର କାମ କରିବାକୁ ମୀନାର ମା’ ତାକୁ ଶିକ୍ଷା ଦେଉଛି। ହେଲେ ମୀନାର ବହୁତ ଶିକ୍ଷା, ସେ ବି ପାଠ ପଢ଼ିବ, ନିଜ ଭବିଷ୍ୟତ ନିଜେ ଗଢ଼ିବ। ଏହି ଇଚ୍ଛା ବଳରେ ମୀନା ପାଠ ପଢ଼ିବା ଶିଖିଛି ଏବଂ ତାଙ୍କ ଗାଁ ଚୋରକୁ ଧରିବାରେ ସାହାଯ୍ୟ କରିଛି। ଏହି ଅଧ୍ୟାୟରେ ମୀନା ଝିଅଙ୍କ ପାଠ ପଢ଼ିବାର ଆଶ୍ୟକତା ସମସ୍ତଙ୍କୁ ଜଣାଇଦେଇଛି।

କେବଳ ଘର କାମ କରିବା ଝିଅର କାମ ନୁହେଁ। ପୁଅ ଭଳି ଝିଅକୁ ମଧ୍ୟ ପାଠ ପଢ଼ିବାକୁ ଦେବାକୁ ହେବ। ସେମାନଙ୍କୁ ପାଠ ପଢ଼ି ନିଜ ଜୀବନ ଗଢ଼ିବାର ସୁଯୋଗ ଦେବା ଉଚିତ। ପାଠ ପଢ଼ିବା ଦ୍ୱାରା ସେମାନେ ପରିବାରକୁ ସଠିକ ଭାବେ ସମ୍ଭାଳି ପାରିବେ। ୟୁନିସେଫ ‘ମୀନା’ ଆନିମେସନ ସିରିଜର ‘କୁକୁଡ଼ା ଗଣତି’ ଅଧ୍ୟାୟରେ ଝିଅଙ୍କ ଶିକ୍ଷା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି।

ମୀନାକେମିତି କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ ‘ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment