ଓଡ଼ିଶାଲାଇଭ୍ ବ୍ୟୁରୋ

india-china

ଲଦାଖରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ୍ ସେନାବାହିନୀ। ତେବେ ଭାରତ ସୀମା ପାଖାପାଖି ବର୍ତ୍ତମାନ ଚୀନର ଯୁଦ୍ଧ ବିମାନ ବା ଫାଇଟର୍ ଜେଟ୍ J-7 ଓ J-17 ଉଡ଼ି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ଏପରି କରି ଚୀନ ଭାରତକୁ ନିଜର ଶକ୍ତିର ଝଲକ ଦେଖାଉଥିବାର ଜଣାପଡ଼ିଛି।

ଇଷ୍ଟର୍ଣ୍ଣ ଲଦାଖର ଅତି ନିକଟରେ ରହିଛି ଚୀନ୍ ସେନାର PLA (ପିପଲ୍ସ୍ ଲିବେରେସନ୍ ଆର୍ମି) ବାୟୁସେନା। ଏହିଠାରେ ଚୀନ୍ ନିଜର ସ୍ପେଶାଲ୍ ଏୟାର ଜେଟ୍ ଉଡ଼ାଉଥିବାର ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଭାରତୀୟ ସେନା ଅଧିକ ସତର୍କ ହେବା ସହ ଚୀନର ସମସ୍ତ ଗତିବିଧି ଉପରେ ନଜର ରଖିଛି। ଏହା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାଗତୀୟ ସେନା ତରଫରୁ ଲଦାଖର ନିକଟତର ଏୟାରବେସରେ ମିଗ୍-29, ସୁଖୋଇ 30 ଏମ୍.କେ.ଆଇ, ଏଲ୍.ସି.ଏ ତେଜସ୍ ଆଦି ବିଭିନ୍ନ ପ୍ରକାର ଏୟାରଜେଟ୍ ପ୍ରସ୍ତୁତ ରହିଛି।

ତେବେ ଚୀନର ଶକ୍ତି ପରିଚୟ ଦେଉଥିବା ଏହି J-7 ଓ J-17 ଏୟାର ଜେଟ୍ କ’ଣ? କ’ଣ ରହିଛି ଏହାର ବିଶେଷତ୍ୱ ଏବଂ ଏହା କେତେ ଶକ୍ତିଶାଳୀ ଜାଣିବା ନିହାତି ଆବଶ୍ୟକ। ଏହି ଦୁଇଟି ଏୟାରଜେଟ୍ ଚୀନର ଚେଙ୍ଗୁଡ଼ୁ ଏୟାରକ୍ରାଫ୍ଟ କର୍ପୋରେସନ୍ ଦ୍ନାରା ପ୍ରସ୍ତୁତ କରାଯାଇଛି।

ଏୟାରଜେଟ୍ J-7

J 7 airjet

ଏହା ଏକ ସିଙ୍ଗଲ୍ ଇଞ୍ଜିନବିଶିଷ୍ଟ ଫାଇଟର୍ ଏୟାର କ୍ରାଫ୍ଟ ଯାହାର ଓଜନ ମଧ୍ୟ କମ। ଫାଇଟର୍ ଜେଟ୍ ମିଗ୍-21କୁ ଆଧାର କରି ଏହି ଯୁଦ୍ଧ ବିମାନ ପ୍ରସ୍ତୁତ କରାଯାଇଛି। ନିଜର ସୁପରସୋନିକ ସ୍ପିଡ୍ ବା ତୀବ୍ର ଗତି ଯୋଗୁଁ ଏହା ବହୁତ ଉଚ୍ଚରେ ଉଡ଼ିପାରେ। ଯେକୌଣସି ପାଣିପାଗରେ ମଧ୍ୟ ଏହା ଆକାଶରୁ ସ୍ଥଳଭାଗକୁ ଆକ୍ରମଣ କରିପାରେ। କିନ୍ତୁ କମ ଦୂରତା ଯାଏଁ ଆକ୍ରମଣ କରାପାରୁଥିବାରୁ ଏହା କେବଳ ବାୟୁ ସୀମା ରକ୍ଷା ପାଇଁ ବ୍ୟବହାର କରାଯାଏ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦୁନିଆରେ ୨୪୦୦ଟି J-7 ଏୟାରଜେଟ୍ ଅପରେସନରେ ଅଛନ୍ତି।

ଏୟାରଜେଟ୍ J-17

j 17 airjet

ଏହା ମଧ୍ୟ ଏକ ସିଙ୍ଗଲ୍ ଇଞ୍ଜିନ ଏବଂ କମ ଓଜନବିଶିଷ୍ଟ ଫାଇଟର୍ ଏୟାର କ୍ରାଫ୍ଟ। ୨୦୦୩ ମସିହାରେ ଏହା ତିଆରି ହୋଇଥଲା ଏବଂ ୨୦୦୭ ସୁଦ୍ଧା ଏହା ଚୀନ୍, ପାକିସ୍ତାନ ଏବଂ ଅନ୍ୟ ଦେଶଗୁଡ଼ିକର ଏୟରଫୋର୍ସରେ ସାମିଲ୍ ହୋଇସାରିଥିଲା। ପ୍ରାୟ ୧୩୫୨ କିଲୋମିଟର ପରିସର ମଧ୍ୟରେ ଏହା କାର୍ଯ୍ୟ କରିଥାଏ। ଏହି ବିମାନର ଓଜନ ୬୪୧୧ କିଲୋଗ୍ରାମ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ସହ ଏହା ୧୨୪୭୪ କିଲୋଗ୍ରାମ ଓଜନର ଭାର ସମ୍ଭାଳିପାରେ। ଏହା ମଧ୍ୟମ ଦୂରତା ଯାଏଁ କାର୍ଯ୍ୟ କରୁଥିବା ମିସାଇଲ୍, ସେଟେଲାଇଟ୍ ଗ୍ରାଇଡେଡ୍ ବମ୍, ଗ୍ରୋଓ୍ୱିଟି ବମ୍, ଆଣ୍ଟି ସିପ୍ ମିଶାଇଲ୍, ଆଣ୍ଟି ରେଡିଏସନ୍ ମିସାଇଲ୍ ଏବଂ ରକେଟ୍ ଲଞ୍ଚର ଦ୍ୱାରା ନିର୍ମିତ। ଏଥିରେ NRIET KLG-7 ରାଡାର୍ ମଧ୍ୟ ଅଛି ଯାହା ବହୁ ଦୂରରୁ ଟ୍ରାକ୍ କରି ଆକ୍ରମଣ କରିପାରେ।

Comment