ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

actress

ବଲିଉଡରେ କମ୍ ସମୟରେ ସଫଳତା ପାଇବା ସହଜ ନୁହେଁ, ତଥାପି କିଛି ଅଭିନେତ୍ରୀ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି। କେବଳ ସଫଳତା ନୁହେଁ ଏହି ଅଭିନେତ୍ରୀମାନେ ଦୀର୍ଘ ଦିନ ଧରି ବଲିଉଡରେ ରାଜ ମଧ୍ୟ କରିଛନ୍ତି। ଯାହାଫଳରେ ତାଙ୍କୁ ଅନେକ କଳାକାରଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଅଭିନେତ୍ରୀ ବଲିଉଡର ରିଅଲ ଲାଇଫ୍ ବାପ ପୁଅଙ୍କ ସହ କାମ କରିଛନ୍ତି। ଉଭୟ ବାପା ଓ ପୁଅଙ୍କ ସହ ଆଗଧାଡ଼ିର ଅଭିନେତ୍ରୀମାନେ ନିଜର କେମେଷ୍ଟ୍ରି ଜମାଇଛନ୍ତି। ଆସନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା।

ମାଧୁରୀ ଦୀକ୍ଷିତ

madhuri 2

ନିଜର ନିଖୁଣ ଅଭିନୟ ସହ ସୁନ୍ଦର ନୃତ୍ୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଥିବା ମାଧୁରୀ ଏହି ଲିଷ୍ଟରେ ଅଛନ୍ତି। ନିଜ ଅଭିନୟ ଜୀବନର ଆରମ୍ଭ ସମୟରେ ସେ ବିନୋଦ ଖନ୍ନାଙ୍କ ସହ ‘ଦୟାବାନ’ ଫିଲ୍ମରେ ରୋମାନ୍ସ କରୁଥବାର ନଜର ଆସିଥିଲେ। ପରେ ସେ ବିନୋଦଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ‘ମୋହବତ’ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଶ୍ରୀଦେବୀ

sridevi 2

ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଭାବେ ପରିତିତ ଶ୍ରୀଦେବୀ ଧର୍ମେନ୍ଦ୍ର ଏବଂ ସନି ଦିଓଲ୍ ଉଭୟଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି। ଧମେନ୍ଦ୍ରଙ୍କ ସହ ଫିଲ୍ମ ‘ନାକାବନ୍ଦୀ’ରେ ନଜର ଆସିଥିବା ବେଳେ ପୁଅ ସନି ଦିଓଲଙ୍କ ସହ ସେ ‘ଚାଲବାଜ’, ‘ନିଗାହେଁ’ ଆଦି ଫିଲ୍ମରେ ନଜର ଆସିଥିଲେ।

ଅମ୍ରିତା ସିଂ

amrita 2

ଅମ୍ରିତା ନିଜର ପ୍ରଥମ ଫିଲ୍ମ ‘ବେତାବ’ରେ ସନି ଦିଓଲଙ୍କ ହିରୋଇନ ସାଜିଥିଲେ ଏବଂ କିଛି ବର୍ଷ ପରେ ସେ ଧର୍ମେନ୍ଦ୍ରଙ୍କ ସହ ‘ସଚ୍ଚାଇ କି ତାକତ’ ଫିଲ୍ମରେ ଫିମେଲ ଲିଡ୍ ଭାବେ ନଜର ଆସିଥିଲେ।

ଡିମ୍ପଲ କପାଡ଼ିଆ

dimple 2

ଧର୍ମେନ୍ଦ୍ର ଏବଂ ସନି ଦିଓଲ୍ ଉଭୟଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆ। ସନିଦିଓଲଙ୍କ ସହ ‘ନରସିଂହା’, ‘ଅର୍ଜୁନ’ ଆଦି ଫିଲ୍ମରେ କାମ କରିଥିଲେ। ସେହିପରି ଧମେନ୍ଦ୍ରଙ୍କ ଫିଲ୍ମ ‘ମସ୍ତ କଲନ୍ଦର’, ‘ଦୁସମନ ଦେବତା’ରେ ସେ ଫିମେଲ୍ ଲିଡର ଭୂମିକା ନିଭେଇ ଥିଲେ। ଏହା ବ୍ୟତୀତ ଡିମ୍ପଲ୍, ବିନୋଦ ଖନ୍ନା ଓ ଅକ୍ଷୟ ଖନ୍ନା ଉଭୟଙ୍କ ସହ ବିଭିନ୍ନ ଫିଲ୍ମରେ କାମ କରିଛନ୍ତି।

ରାନୀ ମୁଖର୍ଜୀ

rani mukherji 2

ଚୁଲବୁଲି ନାୟିକା ରାନୀ ମୁଖର୍ଜୀ ବଲିଉଡକ ଚର୍ଚ୍ଚିତ ବାପ-ପୁଅ ଯୋଡ଼ି ଅଭିତାଭ ବଚ୍ଚନ ଓ ଅଭିଷେଖ ବଚ୍ଚନ ଉଭୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ଅଭିଷେଖଙ୍କ ସହ ଫିଲ୍ମ ‘ବଣ୍ଟି ଓୌର ବବ୍ଲି’, ‘ୟୁବା’, ‘କଭି ଅଲବିଦା ନ କହନା’ରେ ରୋମାନ୍ସ କରୁଥିବାର ନଜର ଆସିଥିଲେ ରାନୀ। ସେହିପରି ଅମିତାଭଙ୍କ ସହ ଫିଲ୍ମ ‘ବ୍କାକ୍’ରେ ଫିମେଲ୍ ଲିଡ୍ ଭାବେ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here