ଓଡ଼ିଶାଲାଇଭ୍ ବ୍ୟୁରୋ

fruit salad tree-2

ଗୋଟିଏ ଗଛରେ ଗୋଟିଏ ପ୍ରକାରର ଫଳ ହେବାର ଆମେ ସମସ୍ତେ ଦେଖିଛନ୍ତି। କିନ୍ତୁ ଗୋଟିଏ ଗଛରେ ଅଲଗା ଅଲଗା ଫଳ ଫଳିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ ଅଟେ। ତେବେ ଫ୍ରୁଟ୍ ସାଲାଡ୍ ଟ୍ରି ହେଉଛି ଏପରି ଏକ ଗଛ ଯେଉଁଥିରେ ଫଳିପାରେ ୮ ପ୍ରକାର ଫଳ। ତେବେ ଏହି ଫଳ ଗୋଟିଏ ପ୍ରଜାତିର ହୋଇଥାଏ, ଯେପରିକି ଲେମ୍ବୁ, କମଳା, ଅଙ୍ଗୁର ଆଦି ଫଳ। ଅଲଗା ଅଲଗା ପ୍ରଜାତି ଯଥା ସେଓ, କଦଳୀ ଆଦି ଫଳ ଏହି ଗଛଦ୍ୱାରା ଫଳାଯାଇପାରିବ ନାହିଁ।

ତେବେ ୧୯୯୦ ଦଶକ ପ୍ରାରମ୍ଭରେ ଏହି ଫ୍ରୁଟ୍ ସାଲାଡ ଟ୍ରିର ଉଦ୍ଭାବନ କରାଯାଇଥିଲା। ଆମେରିକାର ଜେମ୍ସ ଏବଂ କ୍ୟାରି ଓ୍ୱେଷ୍ଟ ଗ୍ରାଫ୍ଟିଂ ପ୍ରଣାଳୀ ଦ୍ୱାରା ଏହି ଗଛ ତିଆରି କରିଥିଲେ। ଧିରେ ଧିରେ ଏହା ଅନ୍ୟ ପ୍ରାନ୍ତଗୁଡ଼ିକୁ ସ୍ଥାନାନ୍ତରିତ ହେଲା।

fruit salad tree-3

ଫ୍ରୁଟ୍ ସାଲାଡ୍ ଟ୍ରି ମୁଖ୍ୟତଃ ଚାରି ପ୍ରକାରର। ଷ୍ଟୋନ୍ ଫ୍ରୁଟ୍, ସାଇଟ୍ରସ୍ ଫ୍ରୁଟ୍, ମଲ୍ଟି ଆପଲ୍ ଏବଂ ମଲ୍ଟି ନାସି। ଷ୍ଟୋନ୍ ଫ୍ରୁଟ୍ ଟ୍ରିରେ ଆପ୍ରିକେଟ୍, ଚେରୀ, ପିଚ୍ ଫଳ ଆଦି ଫଳାଯାଇପାରେ। ସାଇଟ୍ରସ୍ ଫ୍ରୁଟ୍ ଟ୍ରିରେ ଲେମ୍ବୁ, କମଳା, ଅଙ୍ଗୁର, ଟାଙ୍ଗଲୋ, ପୋମେଲୋ, ମାଣ୍ଡାରିନ୍ ଆଦି ଫଳ ହୋଇଥାଏ।

ସେହିପରି ମଲ୍ଟି  ଆପଲ ଟ୍ରିରେ ଆନେକ ପ୍ରକାର ସେଓ ଯଥା ସବୁଜ, ଲାଲ୍ ବା ହଳଦିଆ ସେଓ ଏକାସାଙ୍ଗରେ ଫଳାଯାଇପାରିବ। ମଲ୍ଟି ନାସି ଟ୍ରିରେ ବିଭିନ୍ନ ପ୍ରକାରର ନାସପାତି ଉତ୍ପାଦନ କରାଯାଇପାରିବ।

multi apple

ଏହି ଫ୍ରୁଟ୍ ସାଲାଡ୍ ଟ୍ରିକୁ ଖୋଲା ପଡ଼ିଆ ବା ଫୁଲକୁଣ୍ଡରେ ଲାଗାଯାଇପାରିବ। କମ୍ ସ୍ଥାନରେ ଏକାଧିକ ପ୍ରକାରର ଫଳ ଫତ୍ପାଦନ ପାଇଁ ଏହି ପଦ୍ଧତିକୁ ବ୍ୟବହାର କରାଯାଏ। କିନ୍ତୁ କେବଳ ଗୋଟିଏ ପ୍ରଜାତିର ଫଳ ହିଁ ଫଳାଯାଇପାରେ।

multi nashi

ଏହି ଗଛକୁ ରାତି ସାରା ପାଣରେ ଭିଜାଇ ରଖାଯାଏ। ପରେ ଏହାକୁ ବଡ଼ ଗାତ କରି ପୋତି ଦିଆଯାଏ। ବର୍ଷରେ ଦୁଇ ଥର ଶୀତ ଏବମ ଖରାଦିନେ ଏହି ଗଛରେ ଖତ ଦିଆଯାଏ। ଚାରା ରୋପଣ କରିବାର ପ୍ରାୟ ୬ରୁ ୧୮ ମାସ ମଧ୍ୟରେ ଏହି ଗଛରେ ଫଳ ଫଳିଥାଏ।

Comment