ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଏମିତି କିଛି ରହସ୍ୟ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏହିଭଳି ଏକ ରହସ୍ୟ ତୁର୍କୀର ପମୁକଲେ ପାହାଡ଼ରେ ରହିଛି। ଯେଉଁଠି ପ୍ରାକୃତିକ ରୂପରେ କେତେକ ସ୍ୱିମିଙ୍ଗ୍‌ ପୁଲ୍‌ ତିଆରି ହୋଇଛି।

ସବୁଠୁ ଆଶ୍ଚର୍ଯ୍ୟ କଥାଏହା ପାହାଡ଼ରୁ ଝୁରୁଥିବା ଝରଣାରୁ ଗରମ ପାଣି ବୋହିଥାଏ। କାହିଁ କେଉଁ କାଳରୁ ଝରଣାରୁ ଗରମ ପାଣି ଝରୁଛି। ବୈଜ୍ଞାନିକ ମଧ୍ୟ ଆଜି ଯାଏଁ ଏହାର ରହସ୍ୟ ଖୋଜିପାଇ ନାହାନ୍ତି।

ଏହି ପାଣିର ତାପାମାତ୍ରା ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ମଧ୍ୟରେ ରହିଛି। ଏହି ସ୍ଥାନକୁ ଦେଖିବା ପାଇଁ ସାରାବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଆସନ୍ତି। ଖାସ କରି ଏହି ପାଣିରେ ଗାଧୋଇବା ପାଇଁ  ମଧ୍ୟ ଅନେକ ଆସିଥାନ୍ତି। କୁହାଯାଏ ଏହି ପାଣିରେ ଗାଧୋଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଭଲ ହୋଇଥାଏ।

ଏହି ଝରଣାର ପାଣିକୁ ନେଇ ବୈଜ୍ଞାନିକମାନେ ଅନେକ ଥର ପରୀକ୍ଷା ନିରୀକ୍ଷା କରିଛନ୍ତି। ମାତ୍ର ଏହାର କୌଣସି କାରଣ ବାହାରି ପାରିନାହିଁ।

Comment