ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ୍‌ ବ୍ୟତୀତ ବଲିଉଡ୍‌ରେ ମଧ୍ୟ ଓଡ଼ିଆ କଳାକାରମାନେ ନିଜ ଛାପ ଛାଡ଼ିଯାଇଛନ୍ତି। ବଲିଉଡ୍‌ ସିନେମା ହେଉ କିମ୍ଵା ସିରିଏଲରେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିସାରିଛନ୍ତି ଓଡ଼ିଆ କଳାକାର। ବଲିଉଡ୍‌ରେ କାମ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଏହି କଳାକାରମାନେ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ରେ କମାଲ କରିଥିବା ସେମିତି କିଛି ଓଡ଼ିଆ କଳାକାରଙ୍କ ବିଷୟରେ।

ସାଧୁ ମେହେର

୭୦ ଦଶକରେ ବଲିଉଡ୍‌ରେ ନିଜ କମାଲ ଦେଖାଇଥିଲେ ଓଡ଼ିଆ କଳାକାର ସାଧୁ ମେହେର। ତାଙ୍କ ଅଭିନୟ ପାଇଁ ୧୯୭୪ ମସିହାରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅଙ୍କୁର, ଘାରୋଣ୍ଡା, ସଫେଦ ହାତୀ ଓ ଭୁଭାନ ସୋମ୍‌, ହମ୍‌ ଆପକେ ଦିଲ ମେଁ ରେହେତେ ହୈଁ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ପରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଫେରି ଆସିଥିଲେ। ୨୦୧୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲା।

ଶିଶିର ମିଶ୍ର

ଶିଶିର ମିଶ୍ର ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେ ବଲିଉଡ୍‌ରେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ସେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଭିଗି ପଲକେ, ସମୟ କି ଧାରା, ବିଲୋ ବାଦଶାହା ଓ ଅସୀମାରେ ନିର୍ଦ୍ଦେଶନା ଦେଇଛନ୍ତି। ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ମନୋଜ ମିଶ୍ର

ମନୋଜ ମିଶ୍ର ବର୍ତ୍ତମାନ ଓଡ଼ିଶାର ଜଣେ ଉଦୀୟମାନ କଳାକାର। ସେ ଓଡ଼ିଆ, ହିନ୍ଦୀ ଓ ତାମିଲ ଫିଲ୍ମରେ ନେଗେଟିଭ୍‌ ରୋଲରେ ଅଭିନୟ କରିଛନ୍ତି। ସେ ମିଶନ କାଶ୍ମୀର, ସତ୍ତା, ମଙ୍ଗଲ ପାଣ୍ଡେ, ରାଭନ, ଦ୍ରିଶ୍ୟମ୍‌ ଭଳି ସିନେମାରେ ଅଭିନୟ କରିଛନ୍ତି।

ମିରା ନାୟର

ମିରା ନାୟର ଜଣେ ଭାରତୀୟ-ଆମେରିକା ଚଳଚ୍ଚିତ୍ର ନିର୍ମାତା। ସେ ସୁନ୍ଦରଗଡ଼ର ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ନ୍ୟୁଯର୍କ ସିଟିରେ ରହୁଛନ୍ତି। ଏହାସହ ମିରାବାଇ ଫିଲ୍ମ ପ୍ରଡକ୍ସନର ମାଲିକ ଅଛନ୍ତି। ସେ ମିସିସିପି ମସାଲା, ଦ ନାମେସାକେ, ମନସୁନ୍‌ ଓ୍ଵେଡିଙ୍ଗ, ସଲାମ ବମ୍ଵେ ଭଳି ଚଳଚ୍ଚିତ୍ର ନିର୍ମାମ କରିଛନ୍ତି।

ନନ୍ଦିତା ଦାସ

ନନ୍ଦିତା ଦାସ ଏକାଧାରାରେ ଜଣେ ନିର୍ଦ୍ଦେଶିକା ଓ ଅଭିନେତ୍ରୀ। ସେ ଦିଲ୍ଲୀରେ ଗୋଟେ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଗର୍ବିତ କରିଛନ୍ତି। ସେ ନିକଟରେ ମାଣ୍ଟୋ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ଫାୟାର, ଆର୍ଥ, ଫିରାକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

ସୋନା ମହାପାତ୍ର

କଟକରେ ଜନ୍ମଗ୍ରହଣ କରିଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ବଲିଉଡ୍‌ରେ ଅନେକ ସୁପରହିଟ୍‌ ଗୀତ ଗାଇଛନ୍ତି। ସେ ଭୁବନେଶ୍ଵର ସିଇଟିରୁ ଇଞ୍ଜିନୟରିଂ ଡିଗ୍ରୀ ହାସଲ କରିଥିଲେ। ସେ ବାହାରା, ଅମ୍ଵରସାରିୟା, କତଲ-ଏ-ଆମ୍‌, ରୂପୟା ଭଳି ଗୀତ ଗାଇଛନ୍ତି। ଏହାଛଡ଼ା ସେ କୋକ୍‌ ଷ୍ଟୁଡିଓରେ ରଙ୍ଗବତୀ ଗୀତ ଗାଇ ସମାଲୋଚିତ ହୋଇଥିଲେ।

ଏହାଛଡ଼ା ଅନେକ ଓଡ଼ିଆ ଅଛନ୍ତି ଯେଉଁମାନେ ହିନ୍ଦୀ ସିରିଏଲରେ ମଧ୍ୟ କାମ କରିଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କୁମ୍‌କୁମ୍‌, ମେହେର, ପ୍ରତିମା, ଓ୍ଵାରିସ, ସ୍ତ୍ରୀ ତେରି କାହାନୀ, କୟା ହୁଆ ତେରେ ଓ୍ଵାଦାରେ ଅଭିନୟ କରିଛନ୍ତି। ପ୍ରକୃତି ମିଶ୍ର ମଧ୍ୟ ତ୍ରୀ ଦେବିୟାଁ, ଜୟ କହ୍ନେୟା ଲାଲ୍‌କି, ବିଟି ବିଜନେସଓ୍ଵାଲିରେ ଅଭିନୟ କରିଛନ୍ତି। ସେହିପରି ସମ୍ଭାବନା ମହାନ୍ତି ରାଜା ବେଟା ସିରିଏଲରେ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here