ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୃଶଂସତାର ସବୁ ସୀମା ପାର କରୁଛି ମଣିଷ। କେରଳରେ ଗର୍ଭବତୀ ହାତୀକୁ ବିସ୍ଫୋରକ ଦେଇ ମାରିବା ପରେ ହିମାଚଳ ପ୍ରଦେଶରେ ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇବା ଖବର ଆସିଛି। ହିମାଚଳ ପ୍ରଦେଶର ଜିଲ୍ଲା ବିଲାସପୁରର ଅଞ୍ଚଳରେ ଏକ ଗର୍ଭବତୀ ଗାଈକୁ ଖାଦ୍ୟ ଦେବା ବାହାନାରେ କେହି ବିସ୍ଫୋରକ ଖୁଆଇଛି। ଯାହାଫଳରେ ଗାଈର ମୁହଁରେ ଗମ୍ଭୀର ଆଘାତ ଲାଗିଛି।

ଗାଈର ମାଲିକ ଗୁରୁଦୟାଲ ସିଂ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲୋକେ ଗାଈର ସୁରକ୍ଷା ବିଷୟରେ କହୁଛନ୍ତି। କିନ୍ତୁ ଗୋଟେ ଗର୍ଭବତୀ ଗାଈକୁ କିଭଳି ବିସ୍ଫୋରକ ଖାଇବାକୁ ଦେଉଛନ୍ତି ବୋଲି ଭିଡିଓରେ କହିଛନ୍ତି ଗୁରୁଦୟାଲ ସିଂ।

ଏହାପୂର୍ବରୁ ମାଲାପୁରାମରେ ଗର୍ଭବତୀ ହାତୀକୁ ସପୁରୀରେ  ବିସ୍ଫୋରକ ଭର୍ତ୍ତି କରି ଖୁଆଇବାକୁ ଦେଇଥିଲେ। ଯାହାଫଳରେ ହାତୀଟି ମୁହଁରେ ଆଘାତ ଲାଗିଥିଲା। ୩ ଦିନ କାଳ ନଦୀ ଭିତରେ ଛଟପଟ ହୋଇ ସେ ଆଖି ବୁଜିଥିଲା। ଏହି ଘଟଣାକୁ ସାରାଦେଶରେ ନିନ୍ଦା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here