ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ ଦିନ କ୍ଵାରେଣ୍ଟିନ ସେଣ୍ଟରରେ ରହି ଫେରିବା ପରେ ହଠାତ ଚାଲିଗଲା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁରେ। ମୃତକ ଜଣକ ହେଲେ ସେହି ଗାଁର ଗିରିଧାରୀ ଦାସଙ୍କ ପୁଅ ମୋହନ ଦାସ।

ମୋହନ ଦୁଇ ବର୍ଷ ହେଲା ମହାରାଷ୍ଟ୍ରର ପୁନେରେ ରହି ପାଣି ପାଇପ କାମ କରୁଥିଲେ। ଗତ ମାସ ୨୨ ତାରିଖରେ ମୋହନ ପୁନେରୁ କେନ୍ଦ୍ରାପଡ଼ା ଫେରିଥିଲେ। ୨୩ ତାରିଖରେ ମୋହନଙ୍କୁ ଜିଲ୍ଲା ପ୍ରଶାସନ ଗରଦପୁର ବ୍ଲକର ନଡିଆବରାଇ ହାଇସ୍କୁଲର ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରହିଥିଲେ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଛାଡିଦେଇଥିଲା। ପରେ ନିଜ ଘରେ ସେ ୭ ଦିନ ହୋମ କ୍ଵାରେଣ୍ଟାଇନ୍‌ରେ ରହିଥିଲେ।

ରବିବାର ତାଙ୍କ କ୍ଵାରେଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା। ପରେ ସେ ସକାଳେ ନଦୀକୁ ଗାଧୋଇବାକୁ ଯାଇଥିଲେ। ପରେ ଅପରାହ୍‌ଣରେ ଯେତେବେଳେ ନଦୀକୂଳରେ ଶୁଖାଇଥିବା ପୋଷାକ ଆଣିବାକୁ ଯାଇଥିଲେ, ସେତେବେଳେ ସାଇକେଲରୁ ପଡ଼ି ଅଚେତ ହୋଇୟାଇଥିଲେ।

ପରିବାର ଲୋକ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୋହନଙ୍କର ମୃତ୍ୟୁ ହୃଦଘାତରେ ହୋଇ ଥାଇପାରେ ବୋଲି ସୂଚନା ଦେଇଛନ୍ତି ରାଜନଗରର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ରଶ୍ମିରଞ୍ଜନ ମହାନ୍ତି।

Comment