ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଲକ୍‌ଡାଉନ୍‌ରେ ଚାଲିଛି ଦେଶୀ ମଦ ଚୋରା ଚାଲାଣ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇ ଗ୍ରାମରେ। ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସାନ ସିରେଇପୁର ଗ୍ରାମ ବିଟ୍‌ ହାଉସ୍‌ ପାଖରେ ଦେଶୀ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା। ଚଢ଼ାଉ ପରେ ୭ ଜଣଙ୍କୁ ଗିରଫ କରିବା ସହ ୧୦୦ ଲିଟର ମଦ ୫ଟି ବାଇକ ଜବତ କରାଯାଇଥିଲା।

ଅବକାରୀ ବିଭାଗର ଏହି ଟିମ୍‌ରେ ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା, ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ ବାରିକ ଓ ଅନ୍ୟମାନେ ରହିଥିଲେ।

ଲକ୍‌ଡାଉନ ସମୟରେ ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ କରବାର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଅବକାରୀ ବିଭାଗ ଓ ପୋଲିସ ସଜାଗ ରହିଛନ୍ତି ଓ ବାରମ୍ବାର ଚଢ଼ାଉ ଜାରି ରଖିଛନ୍ତି।

Comment