ଓଡ଼ିଶାଲାଇଭ ବ୍ୟୁରୋ

podo tv

ରଜ ପର୍ବ ସହିତ ଖାଦ୍ୟର ସଂପର୍କ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ ମଧ୍ୟରୁ ପୋଡ଼ପିଠାର ସ୍ଥାନ ସ୍ୱତନ୍ତ୍ର। ଏ ବର୍ଷ କିନ୍ତୁ କରୋନା ପାଇଁ ରଜ ମଉଜ ଫିକା ପଡ଼ିଯାଇଛି। ତଥାପି ଘରେ ପୋଡ଼ ପିଠା କରି ଆପଣ ଏହାର ମଜା ନେଇପାରିବେ।

ବିରି, ଅଳ୍ପ ଚାଉଳ, ନଡ଼ିଆ, ଘିଅ, ଗୁଜରାତିଗୁଣ୍ଡ, କାଜୁ, କିସମିସ୍, ଓ ଚିନି ଦେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ରଜର ପୂର୍ବ ଦିନ ଅର୍ଥାତ୍ ସଜବାଜଠାରୁ ବିରି, ଚାଉଳକୁ ବାଟି ରଖାଯାଇଥାଏ। କେତେକ ଗ୍ରାମୀଣ ଅଞ୍ଚଳରେ ସଜବାଜ ଦିନ ହିଁ ପୋଡ଼ପିଠା କରି ରଖାଯାଏ।

ପ୍ରସ୍ତୁତି ପ୍ରଣାଳୀ

ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ ।

ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।

ଏହି ପିଠାକୁ ପଡ଼ୋଶୀ, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଘରକୁ ବି ପଠାଯାଏ।

Comment