ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଜ ପର୍ବ ପାଇଁ ଶୁକ୍ରବାର ଦିନ ରାତ୍ରିକାଳୀନ କର୍ଫ୍ୟୁରେ କୋହଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟା ୭ଟା ପରିବର୍ତ୍ତେ ୧୦ଟାରୁ କଫ୍ୟୁ ଲାଗୁ ହେବ ବୋଲି ସରକାର କହିଛନ୍ତି। ରଜ ପର୍ବକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୧୪ ତାରିଖରେ ପହିଲି ରଜ। ଏହା ପୂର୍ବରୁ ଝିଅମାନେ ବଜାରକୁ ଆସି ଡ୍ରେସ୍‌ ଏବଂ କସ୍‌ମେଟିକ୍‌ କିଣାକିଣି କରିଥାନ୍ତି। ହେଲେ କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଓଡ଼ିଶାରେ ୧୦ ଘଣ୍ଟିଆ କର୍ଫ୍ୟୁ ସହ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଆସନ୍ତା ଶନି ଓ ରବିବାର ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସଟ୍‌ଡାଉନ୍‌ ରହିବ। ଏହାସହ ପ୍ରତିଦିନ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହୁଛି। ରଜ ପାଇଁ ଲୋକେ କିଣାକିଣି କରିବାର ଅସୁବିଧାର ସମକମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଦିନ କର୍ଫ୍ୟୁରେ କୋହଳ କରିଛନ୍ତି।

Comment