ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଓଡ଼ିଆଙ୍କ ପ୍ରିୟ ପର୍ବ ରଜ। ତେବେ ପହିଲି ରଜରେ ଘରେ ଘରେ ପିଠାପଣା ସହ ଭଳିକି ଭଳି ଖାଦ୍ଯବ୍ୟଞ୍ଜନ ପ୍ରସ୍ତୁତ ହୁଏ। ହେଲେ ରଜ ତିନି ଦିନଯାକ ପାନ ଖାଇବା ହେଉଛି ଏହି ପର୍ବର ଅନ୍ୟ ଏକ ବିଶେଷତ୍ୱ। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରଜରେ ପାନ ଖାଇଥିନ୍ତି। ଏଥର ଲକଡାଉନରେ ବାହାରୁ ପାନ କିଣି ନଖାଇ ଘରେ ପ୍ରସ୍ତୁତ କରନ୍ତୁ ରଜ ସ୍ପେଶାଲ୍ ମିଠା ଗୁଲକନ୍ଦ ପାନ। ଆସନ୍ତୁ ଜାଣିବା ଏଥିପାଇଁ କ’ଣ କ’ଣ ଆବଶ୍ୟକ ଏବଂ କିପରି ତିଆରି କରିବା-

ଆବଶ୍ୟକୀୟ ସାମଗ୍ରୀ– ପାନ, ଗୁଲକନ୍ଦ, ନଡ଼ିଆ, ପାନ ମଧୁରୀ, କିସମିସ, ଖଜୁରୀ, ମାଉଥ୍ ଫ୍ରେସନର, ଅଁଳା ବା ଚେରୀ

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ପାନ ପତ୍ରକୁ ଭଲଭାବରେ ଧୋଇ ଶୁଖାଇ ଦିଅନ୍ତୁ।

-ଏକ ପାତ୍ରରେ ଉପରୋକ୍ତ ସମସ୍ତ ସାମଗ୍ରୀକୁ ଭଲଭାବରେ ମିଶାନ୍ତୁ।

gulkand paan

-ପାଲପତ୍ରରେ ଗୁଲକନ୍ଦ ଲଗାନ୍ତୁ। ଗୁଲକନ୍ଦ ହେଉଛି ଗୋଲାପ ପାଖୁଡ଼ା ଏବଂ ଚିନି ମିଶ୍ରଣରେ ପ୍ରସ୍ତୁତ ସାମଗ୍ରୀ।

-ଏହାପରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ସାମାନ୍ୟ ପାଣିରେ ଖେଳେଇକରି ରଖନ୍ତୁ।

-ବର୍ତ୍ତମାନ ପାନପତ୍ରରେ ଆବଶ୍ୟକ ପରିମାଣରେ ଏହି ମିଶ୍ରଣକୁ ରଖନ୍ତୁ ଯେପରି ଏଥିରୁ ପାଣି ବାହାରି ନଯାଏ।

-ଏବେ ପାନଟିକୁ ଭଲଭାବରେ ଧରି ଫୋଲ୍ଡ କରିଦିଅନ୍ତୁ। ଏହାପରେ ଏକ ଟୁଥ୍ ପିକକୁ ଏହି ପ୍ରସ୍ତୁତ ପାନରେ ଫୁଟାଇ ଏଥିରେ ଏକ ଅଁଳା ବା ଚେରୀ ଫଳ ବା ଚକଲେଟ୍ ଲଗାଇଦିଅନ୍ତୁ।

gulkand paan-2

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ରଜ ସ୍ପେଶାଲ ମିଠା ଗୁଲକନ୍ଦ ପାନ। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଏହାକୁ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଖାଇପାରିବେ।

Comment