ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତ-ଚୀନ ମୁହାଁମୁହିଁ
  • ଲଦାଖର ଗଲୱାନ ଘାଟିରେ ବିଗୁଡିଛି ସ୍ଥିତି
  • ଭାରତର ୨୦ ଯବାନ ସହିଦ
  • ଚୀନର ୪୩ ଯବାନ ସହିଦ
  • କିଛି ଯବାନ ମଧ୍ୟ ଆହତ

ପୂର୍ବ ଲଦାଖର ଗଲୱାନ ଘାଟିରେ ପାଖାପାଖି ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ଆସିଥିଲା। ଜଣେ ଅଫିସର ଏବଂ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଆସିଥିଲା। ହେଲେ ଏବେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଭାରତୀୟ ଯବାନଙ୍କ ସହିଦ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ସୋମବାର ରାତିରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ମଙ୍ଗଳବାର ଅପରାହ୍‌ଣ ସୁଦ୍ଧା ଖବର ଆସିଥିଲା। ହେଲେ ରାତିରେ ଏହି ସଂଖ୍ୟା ବଢ଼ି ଯାଇଛି।

ଚୀନର ୪୩ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ଏହାସହ କିଛି ଯବାନ ଆହତ ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ସବୁବେଳେ ସୀମାନ୍ତରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛି। ଏଲ୍‌ଓସିକୁ ଭାରତ ସବୁବେଳେ ସମ୍ମାନ ଦେଇ ଆସିଛି। ଚୀନ ମଧ୍ୟ ସମ୍ମାନ ଦେବା ଦରକାର। ଗତକାଲି ଯେଉଁ ହିଂସାତ୍ମକ ପରିସ୍ଥିତି ଦେଖାଦେଲା ଏହାକୁ ରୋକାଯାଇ ପାରିଥାନ୍ତା। ହେଲେ ଦୁଇ ସେନା ମୁହାଁମୁହିଁ ହେବାରୁ ଉଭୟ ଦେଶକୁ କ୍ଷତି ସହିବାକୁ ପଡ଼ିଛି।

Comment