ଓଡ଼ିଶାଲାଇଭ୍ ବ୍ୟୁରୋ

kamakhya temple-1

ଆସାମସ୍ଥିତ କାମାକ୍ଷ ମନ୍ଦିରରେ ପ୍ରତିବର୍ଷ ଜୁନ୍ ୨୨ରୁ ୨୬ ତାରିଖ ଧରି ଆୟୋଜିତ ହୁଏ ଆମ୍ବୁବାଚୀ ମେଳା। ପୃଥିବୀର କୋଣ ଅନୁକୋଣରୁ ତାନ୍ତ୍ରିକ, ସାଧୁ, ନାଗା ସାଧୁ, ଅଘୋରୀ ବାବା ତଥା ଶକ୍ତି ସାଧକମାନେ ଏହି ମେଳାରେ ଯୋଗ ଦିଅନ୍ତି। ହେଲେ ଏହି ବର୍ଷ ଦେଶ ବ୍ୟାପି ବଢ଼ିଚାଲିଥିବା କରୋନା ଆତଙ୍କ ଯୋଗୁଁ ଏହି ମେଳା ଆଯୋଜିତ ହେବ ନାହିଁ। ପ୍ରାୟ ୫ ଶହ ବର୍ଷରେ ପ୍ରଥମ ଥର ପାଇଁ ଏହି ମେଳା ବନ୍ଦ ରହିବ।

ambubachi mela-1

ଅମ୍ବୁବାଚୀ ମେଳା ହେଉଛି କାମାକ୍ଷା ମନ୍ଦିରର ସବୁଠାରୁ ବଡ଼ ମେଳା। କୁହାଯାଏ ଏହି ସମୟରେ ମାତା ରଜସୁଳା ହୋଇଥାନ୍ତି। ସେଥିପାଇଁ ଜୁନ୍ ୨୨ରୁ ୨୫ ମନ୍ଦିର ବନ୍ଦ ରୁହେ, କିନ୍ତୁ ୨୨ରୁ ୨୬ ମହା ଆଡ଼ମ୍ବରରେ ଚାଲେ ଏହି ଅମ୍ବୁବାଚୀ ମେଳା। ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଲୋକ ଏଠାକୁ ଆସିଥାନ୍ତି। ଏହି ସମୟରେ ମନ୍ଦିର ବାହାରେ ସାଧକମାନେ ସାଧନା କରିଥାନ୍ତି। ସମଗ୍ର ପୃଥିବୀର ତନ୍ତ୍ର ଏବଂ ଅଘୋରପନ୍ଥର ସାଧକଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ।

ଶୁଦ୍ଧୀକରଣ ପରେ ଜୁନ୍ ୨୬ରେ ଦେବୀଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଏ। ଦେବୀଙ୍କ ରଜସୁଳା ହେବା ସମୟରେ ବ୍ୟବହୃତ ସିନ୍ଦୁର ଲଗା କପଡ଼ାକୁ ପ୍ରସାଦ ଭାବେ ଦିଆଯାଏ। ଏହି ସିନ୍ଦୁର ଲାଗିଥିବା କପଡ଼ା ଅତ୍ୟନ୍ତ ଚମତ୍କାରୀ ବୋଲି କୁହାଯାଏ।

ambubachi mela-2

କାମାକ୍ଷ ମନ୍ଦିର ଦେଶର ମୁଖ୍ୟ ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ପ୍ରାୟ ୧୫ଶହ ଶତାବ୍ଦୀରେ ଏହା ନିର୍ମାଣ ହୋଇଥିଲା। ଦେଶରେ କରୋନା ଆତଙ୍କ ଯୋଗୁଁ ଏହି ବର୍ଷ ଅମ୍ବୁବାଚୀ ମେଳା ବନ୍ଦ ରହିଛି। ଏହା ସହ ପାଖାପାଖି ଥିବା ସମସ୍ତ ହୋଟେଲ୍, ଧର୍ମଶାଳା ଏବଂ ଗେଷ୍ଟ ହାଉଲ୍ ଆଦିକୁ କୌଣସି ବୁକିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରର ମୁଖ୍ୟ ପୂଜାରୀ  ମୋହିତ ସରମା କହିଛନ୍ତି ଯେ ପ୍ରତିବର୍ଷ ଭଳି ଏହି ବର୍ଶ ମଧ୍ୟ ସମସ୍ତ ପରମ୍ପରା ପାଳନ କରାଯିବ କେବଳ ମେଳା ଲାଗିବ ନାହିଁ ଏବଂ ବାହାର କୌଣସି ବ୍ୟକ୍ତିଙ୍କୁ ପ୍ରବେଶର ଅନୁମତି ମିଳିବ ନାହିଁ।

Comment