ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କୃଷ୍ଟ କଳାର ରାଜ୍ୟ ଓଡିଶା। ବିବିଧ ଏବଂ ଆକର୍ଷଣୀୟ ଲୋକକଳା ଓଡିଆ ସଂସ୍କୃତିକୁ ସମୃଦ୍ଧ କରିଛିା ଏହି ଲୋକକଳା ମଧ୍ୟରୁ ‘ସିଙ୍ଘାରୀ’ ଲୋକନୃତ୍ୟ ଅନ୍ୟତମ। କଳାହାଣ୍ଡିର ଏହି ପ୍ରସିଦ୍ଧ ଲୋକନୃତ୍ୟକୁ ସେଠାକାର କଳାକାରମାନେ ପାରମ୍ପରିକ ଗୀତ ଏବଂ ବାଦ୍ୟ ବଜାଇ ପରିବେଷଣ କରିଥା’ନ୍ତିା ଢୋଲ, ନିଶାନ୍ ପରି ପାରମ୍ପରିକ ବାଦ୍ୟର ତାଳେ ତାଳେ ହଜିଯାନ୍ତି ଦର୍ଶକା

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁନ ୧୪କୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛିା ୨୦୧୯ ଲୋକକଳା ମହୋତ୍ସବରେ ଏହି ‘ସିଙ୍ଘାରୀ’ ଲୋକନୃତ୍ୟ ଉପସ୍ଥାପନ କରାଯାଇଥିଲ।। କଳାହାଣ୍ଡିର ପ୍ରସିଦ୍ଧ ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡିଶାଲାଇଭ୍ ଏହି କାର୍ଯ୍ୟକ୍ରମକୁ ରେକର୍ଡ କରି ପ୍ରଚାର ପ୍ରସାର କରୁଛିା

ଏହି ‘ସିଙ୍ଘାରୀ’ ଲୋକନୃତ୍ୟକୁ କଳାକାରମାନେ ପାରମ୍ପରିକ ବାଦ୍ୟ ବଜାଇ, ଗୀତ ଗାଇ ନୃତ୍ୟ ମାଧ୍ୟମରେ ପରିବେଷଣ କରିଛନ୍ତି। ପୁରୁଷମାନଙ୍କ ସହ ମହିଳା କଳାକାରଙ୍କ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମିଛନ୍ତି ଦର୍ଶକା

‘ଲୋକକଳା’ ଆମ ସଂସ୍କୃତିର ଏକ ପ୍ରାଚୀନ ତଥା ପ୍ରମୁଖ ଅଙ୍ଗ। ଓଡିଶାର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଏହାର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ସହ କଳାକାରମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ଓଡିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଏଥିପାଇଁ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ବ୍ଲକ, ଜିଲ୍ଲା, ନଗର ଏବଂ ରାଜ୍ୟସ୍ତରୀୟ ଲୋକକଳା ସଂଘ ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ୪୭୧ ପ୍ରକାରର ଲୋକକଳା ସହିତ ୯ ହଜାରରୁ ଅଧିକ ଲୋକକଳା ଦଳ ରହିଛି। ୧ ଲକ୍ଷ ୫୦ ହଜାରରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ୧୫ଟି ନଗରକଳା ସଂଘ ମଧ୍ୟ ଗଠନ କରାଯାଇଛି।

ଗତ ଜୁନ ୧୪ ତାରିଖରେ ଦ୍ୱିତୀୟ ଲୋକକଳା ଦିବସ ପାଳନ କରାଯାଇଥିଲ।। ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ମ କାର୍ଯ୍ୟକ୍ରମ ହୋଇ ନ ଥିଲ।। ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରଚାର ପ୍ରସାର କରାଯାଇଥିଲ।।

LEAVE A REPLY

Please enter your comment!
Please enter your name here