ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶୁକ୍ରବାର ଦିନ ପାଟନାରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ଭେଟିଛନ୍ତି। ସୁଶାନ୍ତଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପାଟନାର ରାଜୀବ ନାଗର ବାସଭବନରେ ଅଭିନେତାଙ୍କ ପିତା କେ.କେ ସିଂ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଛନ୍ତି ରବିଶଙ୍କର ପ୍ରସାଦ। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି।

ରବି ଶଙ୍କର ପ୍ରସାଦ ଟୁଇଟରେ ଲେଖିଛନ୍ତି, ‘ଜଣେ ପ୍ରତିଭାବାନ ଅଭିନେତାଙ୍କର ଏଭଳି ଅନ୍ତ ସମସ୍ତଙ୍କକୁ କଷ୍ଟ ଦେଇଛନ୍ତି। ତାଙ୍କର ପ୍ରତିଭା ପାଇଁ ତାଙ୍କୁ ଆହୁରି ସଫଳତା ମିଳିବାର ଥିଲା।’’

ଜୁନ୍ ୧୪ ରେ ମୁମ୍ବାଇର ବାନ୍ଦ୍ରା ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଖୋଜିବାରେ ମୁମ୍ବାଇ ପୋଲିସ ଏବେ ମୁମ୍ବାଇ ପୋଲିସ ଲାଗିପଡ଼ିଛି।

Comment