ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିବା ବେଳେ କେଉଁ ସବୁ ନିୟମ ମାନିବାକୁ ପଡ଼ିବ ସେନେଇ ଲୋକଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟପାତ୍ର ସୁବ୍ରତ ବାଗ୍‌ଚୀ।

“ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହି ପରିବାର ସହ ମିଳାମିଶା କରନ୍ତୁ ନାହିଁ। ନିଜେ ଆକ୍ରାନ୍ତ ହୋଇ ପରିବାର ପାଇଁ ବିପଦ ସୃଷ୍ଟି କରନ୍ତୁ ନାହିଁ। କାରଣ ଏଭଳି କଲେ ପରିବାରର ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ତେଣୁ ହୋମ୍‌ କ୍ଵାରେଣ୍ଟିନ ନିୟମ ମାନନ୍ତୁ, କରୋନାକୁ କୁଣିଆ କରି ଆଣନ୍ତୁ ନାହିଁ” କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟପାତ୍ର ସୁବ୍ରତ ବାଗ୍‌ଚୀ।

ତେବେ ହୋମ୍‌ କ୍ଵାରେଣ୍ଟିନ୍‌ରେ ରହିଲେ କେଉଁ ନିୟମ ମାନିବାକୁ ପଡ଼ିବ ସେନେଇ ସୁବ୍ରତ ବାଗ୍‌ଚୀ ଲୋକଙ୍କୁ ସଚେତନ କରାଇଛନ୍ତି।

  • ସାଙ୍ଗ, ସାଥି, ବନ୍ଧୁ, କୁଟୁମ୍ଵଙ୍କ ସହ ଦେଖାହେବ ନାହିଁ।
  • ଅଲଗା ଘର, ଅଲଗା ବାଥରୁମ୍‌ ଓ ମୁକ୍ତ ପବନ ବ୍ୟବହାର କରନ୍ତୁ।
  • ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ।
  • ରହୁଥିବା କଠୋରୀ ବାହାର ଘରେ ବୁଲାବୁଲି କରନ୍ତୁ ନାହିଁ।
  • ଘର ଭିତରେ ସାମାଜିକ ଧାର୍ମିକ ଅନୁଷ୍ଠାନରେ ଭାଗ ନେବେ ନାହିଁ। ସାବୁନ, ସାନିଟାଇଜରରେ ବାରମ୍ଵାର ହାତ ଧୋଇବେ।
  • ଥାଳି, ଗିନା ଓ ତଉଲିଆ ଅଲଗା ବ୍ୟବହାର କରିବେ।
  • ସବୁ ବେଳେ ମାସ୍କ ବ୍ୟବାହର କରିବେ। ଏହାସହ ମାସ୍କକୁ ସଫା ରଖୁଥିବେ।
  • ପରିବାରର ମାତ୍ର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ଦେଖାଶୁଣା କରିବେ।
  • ବ୍ୟବହାର କରୁଥିବା ଲୁଗାପଟା, ବିଛଣାକୁ ଗ୍ଲୋଭ ପିନ୍ଧି ଛୁଇଁବେ। ଗ୍ଲୋଭ ବ୍ୟବହାର ପରେ ହାତକୁ ଭଲ ଭାବରେ ଧୋଇବେ।
  • ଜ୍ଵର, କାଶ, ଶ୍ଵାସ ନେବାରେ ଅସୁବିଧା ହେଲେ ୧୦୪କୁ ଫୋନ କରନ୍ତୁ।

Comment