ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ
  • ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ପଜିଟିଭ୍
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯୬୨କୁ ବୃଦ୍ଧି

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ନୂଆକରି ୨୧୦ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬ ହଜାରରେ ପହଞ୍ଚିଛି।

ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଓ ବାକି ୩୬ ଜଣ ଲୋକାଲ ଲୋକ ବୋଲି ଜଣାପଡ଼ିଛି।

ସେହିପରି ଜିଲ୍ଲାଗୁଡ଼ିକୁ ଲକ୍ଷ୍ୟ କଲେ ଆଜି ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୭, କେନ୍ଦୁଝରରୁ ୫, ଦେବଗଡ଼ରୁ ୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, କଟକରୁ ୫, ଅନୁଗୁଳରୁ ୧, ବାଲେଶ୍ୱରରୁ ୨, ଢେଙ୍କାନାଳରୁ ୭, ଯାଜପୁରରୁ ୮, ପୁରୀରୁ ୮, ଗଜପତିରୁ ୨୯, କେନ୍ଦ୍ରାପଡ଼ାରୁ ୩, ସୁନ୍ଦରଗଡ଼ରୁ ୬, ସମ୍ବଲପୁରରୁ ୧, ବଲାଙ୍ଗିରରୁ ୧୧ ଓ ମୟୂରଭଞ୍ଜରୁ ୭ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୬ ଜଣ ଏନଡିଆରଏଫ୍ କର୍ମଚାରୀଙ୍କୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯୬୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୧୨୩ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୮୧୫ ଜଣ ସକ୍ରିୟ ଅଛନ୍ତି।

Comment