ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅହମ୍ମଦାବାଦର ଜଣେ ଦିବ୍ୟାଙ୍ଗ ଚିତ୍ରକର ଧଓ୍ୱଲ ଖତ୍ରି ସୁଶାନ୍ତଙ୍କର ଏକ ଚମତ୍କାର ଚିତ୍ର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଧଓ୍ୱଲ ସମ୍ପୂର୍ଣ୍ଣ ଚିତ୍ର କରିସାରିବା ପରେ ଏହାର ଭିଡିଓ ୟୁଟ୍ୟବୁରେ ପୋଷ୍ଟ କରିବେ ବୋଲି କହିଛନ୍ତି।

ଧଓ୍ୱଲଙ୍କର ଦୁଇ ହାତ ନାହିଁ। ତଥାପି ତାଙ୍କର ଏହି କଳା ଯୋଗୁଁ ସେ ସବୁଠି ପ୍ରଶଂସିତ ହେଉଛନ୍ତି। ସେ ସୁଶାନ୍ତଙ୍କର ଜଣେ ବଡ଼ ପ୍ରଶଂସକ ମଧ୍ୟ। ଇନଷ୍ଟାରେ ସେ ସୁଶାନ୍ତଙ୍କୁ ଫଲୋ ମଧ୍ୟ କରୁଥିଲେ। ସୁଶାନ୍ତ ମଧ୍ୟ ତାଙ୍କ ଫଲୋ କରୁଥିଲେ।

ସୁଶାନ୍ତ ପ୍ରଥମ ଅଭିନେତା ଥିଲେ ଯିଏ ତାଙ୍କ ଫ୍ୟାନ୍ସମାନଙ୍କୁ ମଧ୍ୟ ଫଲୋ କରୁଥିଲେ। ଏହାପୂର୍ବରୁ ଧଓ୍ୱଲ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମା’ଙ୍କର ସୁନ୍ଦର ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିଲେ।

Comment