ଓଡ଼ିଶାଲାଇଭ୍ ବ୍ୟୁରୋ     

ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଏତେ ଶୀଘ୍ର ସମାଧାନ ହେବାର ଆଶା ଦେଖା ଯାଉନାହିଁ। ଏବେବି ସେଠି ଉତ୍ତେଜନା ଲାଗି ରହିଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ଓ ସାମରିକ ସ୍ତରରେ ଯେଉଁ କଥାବାର୍ତ୍ତା ଚାଲିଥିଲା ତାହା ଆଗକୁ ବଢ଼ିବାରେ ଅସୁବିଧା ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ,ଭାରତୀୟ ସେନାକୁ ଏବେ ପୂର୍ଣ୍ଣ କ୍ଷମତା ଦିଆଯାଇଛି। ପରିସ୍ଥିତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେନାକୁ କୁହାଯାଇଛି। ଇତି ମଧ୍ୟରେ ସମଗ୍ର ୩୪୮୮ କିମି ଦୀର୍ଘ ଏଲଏସି ନିକଟକୁ ବହୁ ସଂଖ୍ୟକ ସେନାକୁ ପଠାଯାଇଛି। ସୈନିକମାନଙ୍କ ସହ ଯଥେଷ୍ଟ ଅସ୍ତ୍ର ଶସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ବି ଠୁଳ କରାଯାଉଛି। ଏଥିରୁ ଅନୁମାନ କରାଯାଉଛି ଯେ ପୁଣି ଥରେ ଚୀନ ସହିତ ଭାରତର ମୁହାଁମୁହିଁ ଯେ କୌଣସି ସମୟରେ ହୋଇଯାଇପାରେ। ଏଣେ ଦେଶରେ କରୋନା ପରିସ୍ଥିତି ସଙ୍ଗିନ ହୋଇଥିବା ବେଳେ ଚୀନ ପକ୍ଷରୁ ଯେଉଁ ସୀମା ସମସ୍ୟା ସୃଷ୍ଟି କରାଯାଇଛି ତାହା କେନ୍ଦ୍ର ସରକାରଙ୍କ ଉପରେ ଅଧିକ ବୋଝ ହୋଇଛି।

Comment