ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ପିଲାଙ୍କର ସୃଜନଶୀଳତାର କିପରି ବିକାଶ କରିବେ ସେ ସମ୍ପର୍କରେ କହିଛନ୍ତି  ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଦାଶ ବେନହୁର।

“ଥୁକୁଲ ଥାକୁଲ ଭାଲୁ

ଭାଲୁ ପୁଅ ନାଁ ଶତୁରୁମଲ, ଭାଲୁ ଝିଅ ନାଁ ସାଲୁ

ଭାଲୁ ଘର ବଣପାରି

ଖବର ଆସିଲା ବଣ ରାଇଜେ

କରୋନା ମାତିଛି ଭାରି”

କୋଭିଡ-୧୯ ପାଇଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛିା ପିଲାମାନେ ଘରୁ ବାହାରକୁ ବାହାରି ପାରୁନାହାନାହାନ୍ତି ସାଙ୍ଗସାଥୀଙ୍କ ସହ ଖେଳକୁଦ କରିପାରୁନାହାନ୍ତି ତେବେ ପିଲାମାନଙ୍କର ସୃଜନଶୀଳତାକୁ ବିକାଶ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟା ଏଣୁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ରଖିବାକୁ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ସାହିତ୍ୟକ ତଥା ଶିକ୍ଷାବିତ୍ ଦାଶ ବେନହୁର।

ୟୁନିସେଫ ସହାୟତରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସର ମିଳିତ କ୍ୟାମ୍ପେନ୍ ’କେତେ ନୂଆ ବାଟ’ ରେଡିଓ ଧାରାବାହିକରେ ଯୋଗ ଦେଇ ସେ ଘରେ ରହୁଥିବା ପିଲାଙ୍କୁ କିଭଳି ସୃଜନଶୀଳ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ସେ ’ଥୁକୁଲ ଥାକୁଲ ଭାଲୁ’ ଶୀର୍ଷକ ଏହି କବିତାରେ ଲକଡାଉନ୍ ସମୟରେ ଘରେ ରହୁଥିବା ପିଲାଙ୍କ ମନୋରଞ୍ଜନ କରିବା ସହିତ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି।

ଏହି ସିରିଜରେ ଦାଶ ବେନହୁର କହିଛନ୍ତି,‘‘ବର୍ତ୍ତମାନ ସମୟରେ ପିଲାମାନଙ୍କ ପ୍ରତି ଧ୍ୟାନ ଦେବା ବଡମାନଙ୍କର ପରମ କର୍ତ୍ତବ୍ୟ। ପିଲାମାନେ ହେଉଛନ୍ତି ଚଳଚଞ୍ଚଳ। ବାହାରେ ବୁଲିବା, ଖେଳକୁଦ କରିବା ହେଉଛି ତାଙ୍କର ସ୍ୱଭାବ। ପରିସ୍ଥିତି ଅନୁଯାୟୀ ସେମାନଙ୍କୁ ଘରେ ବନ୍ଦ କରି ରଖିବାକୁ ପଡୁଛିା ଏଭଳି ସମୟରେ ଅଭିଭାବକମାନେ ପିଲାର ରଚନାମତ୍କ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ।’’

ପିଲାଙ୍କୁ ଖେଳକୁଦ ମାଧ୍ୟମରେ ପାଠ ପଢ଼ାନ୍ତୁ

ପ୍ରତ୍ୟେକ ପିଲା କିଛି ନା କିଛି କରିବାକୁ ଭଲପାଏ। ଏ ସମୟରେ ତାଙ୍କୁ ସେହିସବୁ ରଚନାମତ୍କ କାମ କରିବାକୁ ଉତ୍ସାହିତ କରିବା ଦରକାରା ପିଲାଙ୍କୁ କେବଳ ପାଠ ପଢିବାକୁ ବାଧ୍ୟ କରିବା ଅନୁଚିତା କାରଣ ପାଠପଢା ଯେତେବେଳେ ବୋଝ ହୋଇଯାଏ ସେତେବେଳେ ପିଲାମାନେ ପାଠ ପଢା ପ୍ରତି ବିରକ୍ତ ହୋଇଯାଆନ୍ତି। ଖେଳକୁଦ ମାଧ୍ୟମରେ ପିଲାଙ୍କୁ ପାଠ ପଢେଇଲେ ସେମାନେ ତାହାକୁ ଜଲଦି ଗ୍ରହଣ କରିଥାନ୍ତି।

ଯଦି ଘରେ ଗପ ବହି ନାହିଁ ତେବେ ବୟସ୍କମାନେ ନିଜ ପିଲାଦିନ କଥା କହିବା ସହ ସେମାନଙ୍କୁ ଖେଳନା ତିଆରି କରିବା, ଚିତ୍ର ଆଙ୍କିବା,  ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଦରକାରା ପିଲା ଯାହା କରିବାକୁ ଭଲପାଉଛି ତାକୁ ସେହି ସୁଯୋଗ ଦେବା ଦରକାରା ଏହାଦ୍ୱାରା ପିଲାର ସୃଜନଶକ୍ତିର ବିକାଶ ହୋଇପାରିବ।

ପିଲାଙ୍କ କଥାକୁ ବାପା, ମା’ ଭଲ ଭାବେ ବୁଝନ୍ତୁ

ବାପା ମା’ମାନେ ନିଜ ପିଲାର ଇଚ୍ଛାକୁ ବହୁତ ଭଲ ଭାବେ ବୁଝିବା ଦରକାର। କେବଳ ମାଡ଼ ମାରି ଶାସନ କରି ତା’ର ଚେତନାକୁ ଲହୁଲୁହାଣ କରିବାଦ୍ୱାରା ଆମେ ପିଲାର ଚେତନା ଶକ୍ତି, ତାର ଖୋଲାପଣ ଏବଂ ତାର ବିଚାର ଶକ୍ତି ଉପରେ ପ୍ରଭାବ ପକାଇଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ଅଭିଭାବକମାନଙ୍କର ଧୈର୍ଯ୍ୟ ରହିବା ନିହାତି ଜରୁରୀ। ଏହି ବନ୍ଦୀ ସମୟରେ ପିଲାଙ୍କ ଉପରେ ବିରକ୍ତ ନ ହୋଇ ସେମାନଙ୍କୁ ସମୟ ଦେବା ସହିତ ଅଭିଭାବକମାନେ ଧୈର୍ଯ୍ୟଶୀଳ ହେବା ଦରକାରା।

LEAVE A REPLY

Please enter your comment!
Please enter your name here