ଓଡ଼ିଶାଲାଇଭ୍ ବ୍ୟୁରୋ

corona-1

ବର୍ତ୍ତମାନ ବିଶ୍ୱବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଭାରତରେ ମଧ୍ୟ ଏହା ତୀବ୍ର ରୂପ ନେଇଛି। ତେବେ ପ୍ରଥମେ କରୋନା ଭାଇରସ ଚୀନର ଉହାନ ସହରରେ ମିଳିଥିବାର ଜଣାପଡ଼ିଥିଲା। କିନ୍ତୁ ଏବେ କିଛି ବୈଜ୍ଞାନିକଙ୍କ ରିସର୍ଚ୍ଚ କହୁଛି ଯେ ପ୍ରଥମେ କରୋନା ଭାଇରସ ଉହାନରେ ନୁହେଁ, ସ୍ପେନରେ ମିଳିଥିଲା। ତେବେ ଏହି ଖବର ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଜନକ।

corona

ରିସର୍ଚ୍ଚ ଅନୂଯାୟୀ ୨୦୧୯ ମାର୍ଚ୍ଚରେ ସ୍ପେନର ଅପରିଷ୍କାର ପାଣିରେ ମିଳିଥିଲା କରୋନା ଭାଇରସ। ଏହାର ନଅ ମାସ ପରେ ୨୦୧୯ ଡିସେମ୍ବରରେ ଚୀନର ଉହାନ ସହରରେ ଏହି ଭାଇରସ ଆତଙ୍କ ସୃଷ୍ଟି କରିଥିଲା। ୨୦୧୮ ଜାନୁଆରୀରୁ ୨୦୧୯ ଡିସେମ୍ବର ମଧ୍ୟରେ ସ୍ପେନର ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଅପରିଷ୍କାର ଜଳର ନମୁନା ପରୀକ୍ଷଣ କରାଯାଇଥିଲା। ଏଥିମଧ୍ୟରୁ ସ୍ପେନର ବର୍ସିଲୋନା ଅଞ୍ଚଳର ନମୁନାରୁ ୨୦୧୯ ମାର୍ଚ୍ଚରେ ଏବି ଭାଇରସ ମିଳିଥିଲା।

corona-3

କିନ୍ତୁ ଏହା ବ୍ୟତୀତ ଅନ୍ୟ କୌଣସି ନମୁନାରୁ କରୋନା ଭାଇରସର ଜିନ୍ ମିଳିନଥିଲା। ଯଦିଓ କରୋନା ସଂକ୍ରମଣ ୨୦୨୦ ଫେବୃଆରୀରେ ଆରମ୍ଭ ହୋଇଥିବାର ଜଣାଯାଏ କିନ୍ତୁ ବୈଜ୍ଞାନିକଙ୍କ ଅନୁସାରେ ସ୍ପେନର ଅପରିଷ୍କାର ଜଳରେ ପ୍ରଥମେ ଏହି ଭାଇରସ ମିଳିଥିଲା।

LEAVE A REPLY

Please enter your comment!
Please enter your name here