ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ରାଜ୍ୟରେ କମ୍ୟୁନିଟି ଟ୍ରାନ୍ସ ମିଶନ ଆରମ୍ଭ ହୋଇଯାଇଛି ବୋଲି ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାକୁ ଏଡେଇ ହେବ ନାହିଁ ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡ଼ାକ୍ତର ଅଶୋକ ମହାପାତ୍ର। କମ୍ୟୁନିଟି ଟ୍ରାନ୍ସମିଶନ ହୋଇଛି କି ନା ତାହା ନିର୍ଦ୍ଦିଷ୍ଟ ଭାବରେ କୁହା ଯାଇପାରିବ ନାହିଁ।

କିନ୍ତୁ ଲୋକେ ଯଦି କରୋନା ନିୟମକୁ ବେଖାତିର କରିବେ ଗୋଷ୍ଠୀ ସଂକ୍ରମଣ ନିଶ୍ଚିତ ବୋଲି ଡ଼ାକ୍ତର ମହାପାତ୍ର ଚେତାବନୀ ଦେଇଛନ୍ତି। ଲୋକେ ସଚେତନ ରହିବା ବ୍ୟତୀତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି କଟକଣା ମାନିବା ନିହାତି ଦରକାର ବୋଲି ସେ କହିଛନ୍ତି।

ଓଡ଼ିଶାରେ କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଶନିବାର ଓ ରବିବାର ସଟଡାଉନ ଚାଲୁ ରହିବା ଦରକାର ବୋଲି ସେ କହିଛନ୍ତି। ଯେଉଁମାନେ କାମକୁ ଯାଉଛନ୍ତି ସେମାନଙ୍କ ବ୍ୟତୀତ ଅନ୍ୟ ମାନେ ସପ୍ତାହ ଶେଷରେ ଘରେ ରହିବା ଉପରେ ଡ଼ାକ୍ତର ମହାପାତ୍ର ଜୋର ଦେଇଛନ୍ତି।

ଭାରତରେ କରୋନା ମହାମାରୀ କେବେ ଶୀର୍ଷ ସ୍ଥାନରେ ପହଞ୍ଚିବ ବୋଲି ପଚରାଯିବାରୁ ଡ଼ାକ୍ତର ମହାପାତ୍ର କହିଲେ ଯେ ଏହା ଏକ ଲମ୍ବା ଲଢ଼େଇ ଏବଂ ସମସ୍ତଙ୍କୁ ଏଥିପାଇଁ ମାନସିକ ସ୍ତରରେ ଓ ସାମାଜିକ ସ୍ତରରେ ପ୍ରସ୍ତୁତ ରହିବାକୁ ପଡ଼ିବ।

Comment